ଖଣ୍ଡପଡ଼ା ପାଇଁ ପ୍ରାର୍ଥିପତ୍ର ‌ଦାଖଲ କଲେ ସୌମ୍ୟ

ପ୍ରସ୍ତାବକ ହେଲେ ବିଧାୟକ ଅନୁଭବ, ଜିଲ୍ଲା ପରିଷଦ ସଭା‌େନତ୍ରୀ ବୈଜୟନ୍ତୀମାଳା ଓ ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର

0

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦ୍ବିତୀୟ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଖଣ୍ଡପଡ଼ା ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିନି ସେଟ୍‌ ପ୍ରାର୍ଥିପତ୍ର ‌ଶ୍ରୀ ପଟ୍ଟନାୟକ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ନିକଟରେ ଦାଖଲ କରିଥିଲେ। ତିନି ସେଟ୍ ପ୍ରାର୍ଥିପତ୍ରରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଓ ଜିଲ୍ଲା ପରିଷଦ ସଭା‌େନତ୍ରୀ ବୈଜୟନ୍ତୀମାଳା ମହାନ୍ତି ପ୍ରସ୍ତାବକ ରହିଥିବା ଜଣାଯାଇଛି। ତିନି ପ୍ରସ୍ତାବକଙ୍କ ସହିତ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଶ୍ରୀ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଶ୍ରୀ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ବିଜୟ ଅଭିମୁଖେ ଯାଉଛନ୍ତି। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନବୀନ ବାବୁ ରେକର୍ଡ କରିବେ। ଏହିଭଳି ଗୌରବର ମୁହୂର୍ତ୍ତରେ ଖଣ୍ଡପଡ଼ା ମଧ୍ୟ ସାମିଲ ହେବାକୁ ଚାହେ। ବହୁ ଭୋଟ୍‌ରେ ଜଣେ ବିଧାୟକଙ୍କୁ ନିର୍ବାଚିତ କରି ଖଣ୍ଡପଡ଼ା ସେଥିରେ ଭାଗୀଦାର ହେବ। ଖଣ୍ଡପଡ଼ାର ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟବାନ ଏଇଥିପାଇଁ ଯେ ସେମାନେ ପଠାଣୀ ସାମନ୍ତଙ୍କ ମାଟିରେ ଜନ୍ମ ନେଇଛନ୍ତି। ଖଣ୍ଡପଡ଼ାରୁ ପ୍ରତିନିଧିତ୍ବ କରୁଥିବା ବା କରିବାକୁ ଚାହୁଥିବା ବ୍ୟକ୍ତି ପଠାଣୀ ସାମନ୍ତଙ୍କ ଭଳି ହେବାକୁ ଚେଷ୍ଟା କରିବା ଉଚିତ। ପ୍ରତ୍ୟେକ ଯୁବକଙ୍କ ମନରେ ଏଇ ବିଶ୍ବାସ ମୁଁ ସୃଷ୍ଟି କରିବି। ଖଣ୍ଡପଡ଼ାର ଯେତେ ବିକାଶ ହେଲେ ମଧ୍ୟ ଆହୁରି ବିକାଶ ହେବାର ଆବଶ୍ୟକତା ରହିଛି। ଖଣ୍ଡପଡ଼ାରେ ବିଜୟର ଆହ୍ବାନ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପଟ୍ଟନାୟକ କହିଲେ, ଶତ୍ରୁ ବା ପ୍ରତିଦ୍ବନ୍ଦ୍ବୀଙ୍କୁ ଦୁର୍ବଳ କରି ଦେଖିବାକୁ ମୁଁ ଚାହେଁ ନାହିଁ। ଯିଏ ପ୍ରତିଦ୍ବନ୍ଦ୍ବୀକୁ ‌ଛୋଟ କରି ଦେଖେ ସେ ପ୍ରକୃତ ‌ଯୋଦ୍ଧା ନୁହେଁ। ଯେତେ ଛୋଟ ପାର୍ଟି କିମ୍ବା ନୂଆ ବ୍ୟକ୍ତି ହେଲେ ମଧ୍ୟ ତାଙ୍କୁ ସମ୍ମାନ ସହ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରି ଲୋକଙ୍କ ହୃଦୟ ଜିତି ଜଣେ ବିଜୟୀ ହେବା ଦରକ‌ାର।

ନାମାଙ୍କନ ଦାଖଲ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରରରେ ସମର୍ଥକଗଣ ପା‌ଛୋଟି ଆଣିଥିଲେ। ଏହି ଶୋଭାଯାତ୍ରା ତଥା ନାମାଙ୍କନ ଦାଖଲ ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ଖଣ୍ଡପଡ଼ା ବ୍ଲକ୍‌ ବିଜେଡି ସଭାପତି ଚନ୍ଦ୍ରକାନ୍ତ ବଳିଆରସିଂହ, ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ବର ଶତପଥୀ, ଭାପୁର ବ୍ଲକ୍‌ ସଂଗଠକ ଜିତେନ୍ଦ୍ର କୁମାର ରଣସିଂହ, ଖଣ୍ଡପଡ଼ା ବ୍ଲକ୍‌ ସଂଗଠକ ବିଜୟ କୁମାର ନନ୍ଦ, ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ, ଉପାଧ୍ୟକ୍ଷ ମିନତୀ ସାହୁ, ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ତରାସିଆ, ସରକାରୀ ଓକିଲ ମନୋଜ କୁମାର ସାହୁ, ସମବାୟବିତ୍ ପ୍ରଫୁଲ୍ଲ ନାୟକ, ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ସ୍ବାଇଁ, ପୂର୍ବତନ କାଉନସିଲର ମିହିର କୁମାର ମିଶ୍ର, ସ‌ରୋଜ ପ୍ରଧାନ, ରମେଶ ମହାନ୍ତିଙ୍କ ସମେତ ଖଣ୍ଡପଡ଼ା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ସାହୁ, ମହିଳା ନେତ୍ରୀ ନମିତା ପାଲ୍‌, ଯୁବନେତା ପ୍ରକାଶ ସାମନ୍ତରା, ମାଲୁ ରାଉତ, ବିଜୟ କର, ବୈଷ୍ଣବ ପ୍ରଧାନ, ସାନୁ ମିଶ୍ର, ବିରଞ୍ଚି ପଟ୍ଟନାୟକ, କୈଳାଶ ‌ପ୍ରଧାନ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ରାମଚନ୍ଦ୍ର ବେହେରାଙ୍କ ସମେତ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଦଳୀୟ ପଞ୍ଚାୟତ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପଟ୍ଟନାୟକଙ୍କ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ଉପସଭାପତି ଲଳିତ ନାୟକ ନିଜ ସମର୍ଥକଙ୍କ ଗହଣରେ ସୁଦୂର ବଲାଙ୍ଗିରୀରୁ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.