ବିଜେପି ସରକାର ଅସୁସ୍ଥ ପିତାଙ୍କୁ ବି ଭେଟିବାକୁ ଦେଉନାହିଁ: ତେଜସ୍ବୀ

ପାଟନା: ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଆଜି ଟ୍ବିଟ୍‌ କରି ବିଜେପି ସରକାର ଅମାନବୀୟ ନୀତି ଧରିଥିବା କହିଛନ୍ତି। ବିଜେପି ସରକାର ତାଙ୍କୁ ରାଞ୍ଚି ହସ୍ପିଟାଲରେ ଚିକିତ୍ସାଧୀନ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବାକୁ ସୁଯୋଗ ଦେଉ ନାହିଁ ବୋଲି ସେ କହିଛନ୍ତି। ବିଜେପି ଶାସନର ଅନ୍ତ ଘଟାଇବା ପାଇଁ ବିହାରର ଜନତା ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ବିହାର ଆରଜେଡି ନେତୃତ୍ବାଧୀନ ମେଣ୍ଟର ଅନ୍ୟତମ ନେତା ଉପେନ୍ଦ୍ର କୁଶୱାହା ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବିହାର ଜନସାଧାରଣଙ୍କର ଅତି ପ୍ରିୟ ନେତା ଲାଲୁ ପ୍ରସାଦ ଅସୁସ୍ଥ ଥିଲେ ମଧ୍ୟ ବିଜେପି ସରକାର ତାଙ୍କୁ ଷଡ଼ଯନ୍ତ୍ର କରି ଜେଲ୍‌ରେ ବନ୍ଦୀ କରି ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର