ମୋଦୀ ନେହରୁ, ଇନ୍ଦିରାଙ୍କୁ ଗାଳିଦେବା ସହ ଅନୁକରଣ ବି କରୁଛନ୍ତି: ରାଜ ଥାକ୍‌ରେ

ନାନ୍ଦେଦ (ମହାରାଷ୍ଟ୍ର): ମହାରାଷ୍ଟ୍ରର ନନ୍ଦେଦରେ ଏକ ନିର୍ବାଚନୀ ସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏମ୍‌ଏନ୍‌ଏସ୍‌ ସୁପ୍ରିମୋ ରାଜ୍‌ ଥାକ୍‌ରେ। ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ଗାଳି ଦେଉଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ଓ ନୀତିକୁ ଅନୁକରଣ କରୁଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ପ୍ରଧାନ ସେବକ ବୋଲି ଯାହା କହୁଛନ୍ତି ତାହା ମଧ୍ୟ ନେହରୁଙ୍କ ଶବ୍ଦ ବୋଲି ଥାକରେ କହିଛନ୍ତି। ମୋଦୀ କେବଳ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଗାଳି ଦେଇ ନିଜର ଅପାରଗତା ଲୁଚାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର