ପୂର୍ବତନ ସାଂସଦ ମୋହନ ଜେନା ଆମ୍ବେଦକର-ଲୋହିଆ ବିଚାରମଞ୍ଚରୁ ବହିଷ୍କୃତ

ଭୁବନେଶ୍ବର: ବିଜେପିରେ ଯୋଗଦେଇ ଥିବା ପୂର୍ବତନ ସାଂସଦ ମୋହନ ଜେନାଙ୍କୁ ଆମ୍ବେଦକର-ଲୋହିଆ ବିଚାରମଞ୍ଚର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଶ୍ରୀ ଜେନା ମଞ୍ଚର ପ୍ରତିଷ୍ଠାତା ସାଧାରଣ ସଂପାଦକ ରହିଥିଲେ। ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ଏହି ପଦରୁ ବହିଷ୍କାର କରାଯାଇଥିବା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମଞ୍ଚ ପକ୍ଷରୁ ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ କିଶାନ ପଟ୍ଟନାୟକ କହିଲେ, ଚଳିତ ନିର୍ବାଚନରେ ଜନସାଧାରଣ ସଚେତନ ହୋଇ ଭୋଟ ଦିଅନ୍ତୁ। ଦେଶରେ ପ୍ରଚଳିତ ଅର୍ଥନୀତି ଅସମାନତାକୁ ବୃଦ୍ଧି କରୁଛି। ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ୭୩ ପ୍ରତିଶତ ସଂପତ୍ତି ଠୁଳ ହୋଇଛି। ଜାତି ଓ ଧର୍ମ ନାଁରେ ହିଂସା ବଢ଼ି ଚାଲିଛି। ସାମ୍ବାଦିକ ସମ୍ମିଳନୀରେ ସଭାପତି ସଂଗ୍ରାମ ମଲ୍ଲିକ, ସଂପାଦକ ତପନ ସାମଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର