ଏ କ’ଣ ? ପାକିସ୍ତାନୀ ସ୍ୱାଧୀନତା ଦିବସ ଉତ୍ସବରେ ଭାରତୀୟ ଗୀତ !

ନ୍ୟୁୟର୍କ : ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ପ୍ରତିବର୍ଷ ନ୍ୟୁୟର୍କର ପ୍ରସିଦ୍ଧ ମାଡିସନ ସ୍କୋୟାରରେ ଆମ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ପାଳନ କରନ୍ତି । ଏଥିପାଇଁ ବିଭିନ୍ନ ବଲିଉଡ କଳାକାରମାନେ ମଧ୍ୟ ଅଂଶଗ୍ରହଣ କରନ୍ତି । ଆମ ଦେଖାଦେଖି ପାକିସ୍ତାନର କେତେକ ଲୋକ ସମାନ ପ୍ରକାରର ଏକ ଉତ୍ସବ ଆୟୋଜନ କରିଥିଲେ । ଆଗକୁ ଅଗଷ୍ଟ ୧୪ରେ ପାକିସ୍ତାନୀ ସ୍ୱାଧିନତା ଦିବସ ଥିବାରୁ ଏହି ଉତ୍ସବ ଆୟୋଜନା କରାଯାଇଥିଲା । ଏଠାକୁ ବଲିଉଡରେ ଗତ ପ୍ରାୟ ଏକ ଦଶନ୍ଧୀ ଧରି ସକ୍ରିୟ ଥିବା ଜଣାଶୁଣା ପାକିସ୍ତାନୀ ଗାୟକ ଆତିଫ ଅସଲାମଙ୍କୁ ସଂଗୀତ ପରିବେଷଣ କରିବାକୁ ଡକାଯାଇଥିଲା । ସେ ପ୍ରଥମେ କିଛି ପାକିସ୍ତାନୀ ଗୀତ ଗାଇବା ପରେ ତାଙ୍କର କିଛି ବଲିଉଡ ଗୀତ ଗାଇବା ଆରମ୍ଭ କଲେ । ତା ମଧ୍ୟରେ ଥିବା ଅଜବ ପ୍ରେମ କି ଗଜବ କାହାନୀ ଚଳଚ୍ଚିତ୍ରର ତେରା ହୋନେ ଲଗା ହୁଁ… । ପାକିସ୍ତାନୀ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଭାରତୀୟ ଫିଲ୍ମଗୀତ ଗାଇବା ଦ୍ୱାରା ସେଠାରେ ଉପସ୍ଥିତ ଥିବା ପାକିସ୍ତାନୀ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାକୁ ନେଇ ସେମାନେ ପ୍ରବଳ ବିରୋଧ ମଧ୍ୟ କଲେ । ଟ୍ଵିଟରରେ ମଧ୍ୟ ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଆଉ କେତେକ ରିପୋର୍ଟ ଅନୁସାରେ ସେ ମଧ୍ୟ ଭାରତୀୟ ଫ୍ୟାନ ମାନେ ଅସନ୍ତୁଷ୍ଟ ହେବେ ଭାବି ପାକିସ୍ତାନୀ ପତାକା ମଧ୍ୟ ଧରିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି । ତେବେ ପାକିସ୍ତାନୀ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର