ଖୁବଶୀଘ୍ର ସ୍ଥାପନ ହେବ ଭାରତ ଓ ଚୀନ ମଧ୍ୟରେ ମିଲିଟାରୀ ହଟଲାଇନ ସେବା

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ଓ ଚୀନ ମଧ୍ୟ ହଟଲାଇନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭାରତ ଗ୍ରସ୍ତରେ ଆସୁଥିବା ଚୀନର ଜାତୀୟ ସୁରକ୍ଷା ମନ୍ତ୍ରୀ ତଥା ସେଣ୍ଟ୍ରାଲ ମିଲିଟାରୀ କମିଶନର ସଦସ୍ୟ ଓ୍ଵି ଫେଙ୍ଗ ଏ ସଂପର୍କରେ ନିଜର ଭାରତୀୟ ପ୍ରତିପକ୍ଷ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି ।

ଭାରତ ଓ ଚୀନସୀମାରେ ବାରମ୍ବାର ହେଉଥିବା ବିବାଦର ଆପୋଷ ସମାଧାନ ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି । ବିଶେଷକରି ଦୁଇ ଦେଶର ସେନା ମଧ୍ୟରେ କଥାବାର୍ତ୍ତାର ବାଟ ଫିଟାଇ ବିବାଦଗୁଡ଼ିକର ସ୍ଥାନୀୟ ସମାଧାନ ଲାଗି ଉଦ୍ୟମ କରାଯାଉଛି । ଏଥିଲାଗି ଭାରତ ଓ ଚୀନ ମଧ୍ୟରେ ହଟ୍‌ ଲାଇନ ସେବା ଆରମ୍ଭ ଲାଗି ଦୁଇଦେଶର ସରକାର ରାଜି ହୋଇଛନ୍ତି ।
ଏବେ ଭାରତ ଓ ପାକିସ୍ତାନ ସେନାର ଡିଜିଏମଓ ( ଡାଇରେକ୍ଟର ଜେନେରାଲ ଅପ ମିଲିଟାରୀ ଅପରେସନ୍ସ) ଙ୍କ ସ୍ତରରେ ହଟ୍‌ଲାଇନ୍‌ ସଂପର୍କ ଅଛି । ଠିକ ଏହିଭଳି ଚୀନର ଡିଜିଏମଓ ସ୍ତରୀୟ ଅଧିକାରୀଙ୍କ ସହ ହଟ୍‌ ଲାଇନ ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଦୁଇଟି ରାଷ୍ଟ୍ର ମଧ୍ୟରେ ଜରୁରୀକାଳିନ ଯୋଗାଯୋଗ ପାଇଁ ହଟ୍‌ ଲାଇନ ଟେଲିଫୋନ ବ୍ୟବହାର କରାଯାଏ । ଯାହାକି ପୂର୍ବନିର୍ଦ୍ଧାରିତ ଉକ୍ତ ଅଧିକାରୀଙ୍କ ସହ ବିନା ବାଧାରେ ତୁରନ୍ତ ସଂପର୍କ କରାଇଥାଏ । ଭାରତ ଓ ପାକିସ୍ତାନ ବୈଦେଶିକ ସଚିବ ଓ ଡିଜିଏମଓ ସ୍ତରରେ ହଟଲାଇନ ସେବା ଗତ ୨୦୦୪ରୁ ରହିଛି । ସେହିପରି ଭାରତ ଓ ଆମେରିକା ମଧ୍ୟରେ ମଧ୍ୟ ହଟ୍‌ଲାଇନ ସେବା ରହିଛି ।

ସମ୍ବନ୍ଧିତ ଖବର