ଡ୍ରଗ୍ସ ଚୋରାଚାଲାଣ କଲେ ମୃତ୍ୟୁଦଣ୍ଡ ମିଳିବ, ପଂଜାବ ସରକାରଙ୍କ ସୁପାରିଶ

ନୂଆଦିଲ୍ଲୀ : ଏଣିକି ନିଶାଦ୍ରବ୍ୟ ଚୋରାଚାଲାଣ କଲେ ମୃତ୍ୟୁଦଣ୍ଡ ମିଳିବ । ଏ ନେଇ ପଂଜାବ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ପଂଜାବରେ ଡ୍ରଗ୍ସ ଚୋରାଚାଲାଣ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ସୀମା ସେପଟୁ ଆସୁଥିବା ଡ୍ରଗ୍ସ କବଳରେ ରାଜ୍ୟର ଯୁବପୀଢି ଏତେ ମାତ୍ରାରେ କବଳିତ ହୋଇପଡିଛନ୍ତି ଯେ ଏକ ସମଗ୍ର ପିଢି ତଳିତଳାନ୍ତ ହେବାର ଆଶଙ୍କା ଦେଖାଦେଇଛି । ଆଜି ରାଜ୍ୟ କ୍ୟାବିନେଟର ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ଡ୍ରଗ୍ସ ଆମ ଯୁବପିଢିଙ୍କୁ ନଷ୍ଟ କରିବାକୁ ବସିଛି । ଏଣୁ ଏହାର ଚୋରା ଚାଲାଣ କରୁଥିବା ଲୋକମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଆବଶ୍ୟକ । ସୂଚନାଯୋଗ୍ୟ ଯେ ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରୋପିକ ସବଷ୍ଟାନ୍ସେସ ଆଇନ ଅନୁସାରେ ବାରମ୍ବାର ନିଶା ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଏହା ସତ୍ତ୍ୱେ ଡ୍ରଗ୍ସ ଚୋରାଚଲାଣ ବଢିଚାଲିଥିବାରୁ ରାଜ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି ।

ସମ୍ବନ୍ଧିତ ଖବର