ତିରୁପତି ମନ୍ଦିରକୁ ୧୩.୫ କୋଟି ଦାନ କଲେ ଦୁଇ ଶ୍ରଦ୍ଧାଳୁ

ତିରୁପତି: ଦୁଇଜଣ ଭାରତୀୟ-ଆମେରିକୀୟ ତିରୁପତି ମନ୍ଦିରକୁ ମୋଟ ୧୩.୫ କୋଟି ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ର ପ୍ରଦେଶରେ ଜନ୍ମିତ ଇକା ରବି ଓ ଗୁଥିକୋଣ୍ଡା ଶ୍ରୀନିବାସ ମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ବିଭିନ୍ନ ଟ୍ରଷ୍ଟ ଓ ମନ୍ଦିର ହୁଣ୍ଡିକୁ ଏହି ଟଙ୍କା ଦେଇଛନ୍ତି। ବୋଷ୍ଟନ୍‌ସ୍ଥିତ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ଆର୍‌ଏକ୍ସ ଆଡ୍‌ଭାନ୍ସର ସିଇଓ ରବି ୧୦ କୋଟି ଟଙ୍କା ଦାନ କରିଥିବା ବେଳେ ଫ୍ଲୋରିଡାଭିତ୍ତିକ ସଫ୍ଟେଓ୍ଵର କମ୍ପାନି ଜେସିଜି ଟେକ୍ନୋଲୋଜିଜ୍‌ର ସିଇଓ ଶ୍ରୀନିବାସ ୩.୫୦ କୋଟି ଟଙ୍କା ଦାନ କରିଛନ୍ତି। ସେମାନେ ଆଜି ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ଅଧିକାରୀଙ୍କୁ ସାକ୍ଷାତ କରି ଦାନ ସଂକ୍ରାନ୍ତରେ ଅବଗତ କରିଥିଲେ। ଏହାପରେ ଚେକ୍‌ ଆକାରରେ ସେମାନେ ଦାନ କରିଥିଲେ।

ସମ୍ବନ୍ଧିତ ଖବର