ଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶା’ ସମ୍ପର୍କିତ ଗୋଲ ଟେବୁଲ ଆଲୋଚନାଚକ୍ର

ନୂଆଦିଲ୍ଲୀ  : ‘ଓଡ଼ିଶା ସମାଜ’ ସଂଗଠନ ପକ୍ଷରୁ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶା’ ସମ୍ପର୍କିତ ଗୋଲ୍‌ଟେବୁଲ୍‌ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ବିନାଶକାରୀ ଜଳବାୟୁ ପରିବର୍ତ୍ତନକୁ ଏଡ଼ାଇବାପାଇଁ ରାଜ୍ୟ ତଥା ଦେଶରେ ନୀତି ଓ ଯୋଜନା ପ୍ରଣୟନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନାରେ ବିଶେଷଜ୍ଞମାନେ ମତ ରଖିଥିଲେ। ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୋଲଟେବୁଲ୍‌ ଆଲୋଚନାଚକ୍ରରେ ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ପ୍ରଫେସର ୟୁସି ମହାନ୍ତି, (ଟିଇଆରଆଇ) ର ବାରାଥ ମହାଦେବନ , ଅକ୍ସଫୋର୍ଡ ପଲିସି ମ୍ୟାନେଜମେଣ୍ଟ୍‌ର ଅଜିତ ରାଧାକ୍ରିଷ୍ଣନ, ବିଶ୍ୱବ୍ୟାଙ୍କର ତାପସ ପଲ୍‌ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର