ନିର୍ବାଚନ ପ୍ରଚାର ସମୟରେ କାହରିକୁ ଅପଶବ୍ଦ ପ୍ରୟୋଗ କରିବା ଅପରାଧ ନୁହେଁ : ତ୍ରିପୁରା ହାଇକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଭାଷଣ ଦେବାବେଳେ ଯଦି କେହି ଅପଶବ୍ଦ କହିଥାଏ ଏବଂ ଗାଳି ଦେଇଥାନ୍ତି ତେବେ ତାହା ଅପରାଧିକ ଧମକ ନୁହେଁ ବୋଲି ତ୍ରିପୁରା ହାଇକୋର୍ଟ କହିଛନ୍ତି। ପ୍ରଚାର ବେଳେ ଭାଷଣ ଜରିଆରେ ଅନେକ ପ୍ରସଙ୍ଗ ଉଠିଥାଏ ହେଲେ ଏହି ପ୍ରସଙ୍ଗର କୌଣସି ମୂଲ୍ୟ ନଥାଏ ବୋଲି ତ୍ରିପୁରା ହାଇକୋର୍ଟ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ତ୍ରିପୁରାର ରାଜ୍ୟସଭା ସାଂସଦ ତଥା ସିପିଆଇ ନେତା ଝରଣା ଦାସଙ୍କ ବିରୋଧରେ ଅପଶବ୍ଦ କହିଥିବା ନେଇ କରାଯାଇଥିବା ଏକ ମାମଲାଶୁଣାଣି କରି ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।।
ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ରାଜନୈତିକଭାଷଣ ଦେବା ସମୟରେକାହାରିକୁ ଗାଳି କରିବା, ଅପଶବ୍ଦ କହିବା, ଶାରୀରିକ ଇସାରା ଦେବା ଆଇପିସିର ଧାରା ୫୦୩, ୫୦୪ (ବି), ୫୦୬ ଅନ୍ତର୍ଭୁକ୍ତ ନୁହେଁ । ସୂଚନାଯୋଗ୍ୟ ୨୦୧୮ରେ ତ୍ରିପୁରା ବିଧାନସଭା ନିର୍ବାଚନ ବେଳେ ସିପିଆଇ ନେତା  ତଥା ସାଂସଦ ଝରଣା ଦାସ ନିଜ ଭାଷଣରେ କହିଥିଲେ କି ନିର୍ବାଚନ ପରେ ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ଏବଂ ତାଙ୍କ ସହକର୍ମୀ ତ୍ରିପୁରାରେ ରହିବେ ନାହିଁ।

ସମ୍ବନ୍ଧିତ ଖବର