ପୁଣି ମୋଦୀଙ୍କୁ ଟାର୍ଗେଟ୍‌ କଲେ ରାହୁଲ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଏବଂ ଆୟୁଷ୍ମାନ ଭାରତ ଯୋଜନା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଫେଲ ଯୁଦ୍ଧ ବିମାନ ପାଇଁ ସରକାର ଅଧିକ ଅର୍ଥ ଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିବା ସହ ମୋଦୀଙ୍କ ପରିହାସ କରି ‘ବାଃ ମୋଦୀଜୀ ବାଃ’ ବୋଲି କହିଛନ୍ତି। ଅନୀଲ ଅମ୍ବାନୀଙ୍କୁ ରାଫେଲ ଚୁକ୍ତିରେ ମୋଦୀ ସରକାର ୩୦ ହଜାର କୋଟି ଟଙ୍କା ଦେଇଛନ୍ତି ଏବଂ ୫୦ ଲକ୍ଷ ଭାରତୀୟଙ୍କ ଆୟୁଷ୍ମାନ ଯୋଜନା ପାଇଁ ମାତ୍ର ୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)କୁ ଅଣଦେଖା କରି ରିଲାଏନ୍ସ ଡିଫେନ୍ସ ଉପରେ ସରକାର କାହିଁକି ଭରସା କଲେ ତାହାର ଜବାବ ଦେବାକୁ ହେବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର