ବିମ୍‌ଷ୍ଟେକ୍‌ ଶିଖର ବୈଠକରେ ଯୋଗ ଦେବାକୁ କାଠମଣ୍ଡୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

କାଠମଣ୍ଡୁ: ଦୁଇ ଦିବସୀୟ ବିମ୍‌ଷ୍ଟେକ୍‌ ଶିଖର ବୈଠକର ଚତୁର୍ଥ ସଂସ୍କରଣରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ କାଠମଣ୍ଡୁରେ ପହଞ୍ଚିଛନ୍ତି। ଆଞ୍ଚଳିକ ସଂଯୋଗ ଏବଂ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଏହି ସମ୍ମିଳନୀ ଆଲୋକପାତ କରିବ।
ମୋଦିଙ୍କ ଅଫିସ୍‌ ଟୁଇଟ୍‌ କରିଛି: ଅଳ୍ପ ସମୟ ହେବ ପ୍ରଧାନମନ୍ତ୍ରୀ ମୋଦି କାଠମଣ୍ଡୁରେ ଅବରତଣ କରିଛନ୍ତି। ସେଠାରେ ହେଉଥିବା ଚାଲିଥିବା ବିମ୍‌ଷ୍ଟେକ୍‌ ଶିଖର ବୈଠକରେ ସେ ଭାଗ ନେବେ।
ନେପାଳ ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଈଶ୍ୱର ପୋଖରେଲ୍‌ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ସ୍ୱାଗତ କରିଥିଲେ। ଚତୁର୍ଥ ଥର ନେପାଳ ଗସ୍ତରେ ଥିବା ଭାରତୀୟ ନେତା ମୋଦିଙ୍କୁ ଗାର୍ଡ ଅଫ୍‌ ଅନର୍‌ ମଧ୍ୟ ଦିଆଯାଇଥିଲା।
ନେପାଳ ଯାତ୍ରା ପୂର୍ବରୁ ବୁଧବାର ଦିନ ମୋଦି କହିଥିଲେ ଯେ ‘ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍‌ଟି-ସେକ୍ଟରାଲ୍‌ ଟେକ୍ନିକାଲ୍‌ ଆଣ୍ଡ୍‌ ଇକୋନମିକ୍‌ କର୍ପୋରେସନ୍‌’ (ବିମ୍‌ଷ୍ଟେକ୍‌) ଶିଖର ବୈଠକରେ ତାଙ୍କର ଅଂଶଗ୍ରହଣ ଦକ୍ଷିଣ ଏସିଆରେ ଭାରତର ସଂପ୍ରସାରିତ ପଡ଼ୋଶୀପଣିଆ ସହିତ ବନ୍ଧନ ଘନିଷ୍ଠ କରିବାରେ ଭାରତର ରାଜିନାମାର ଗୁରୁତ୍ୱର ସଂକେତ ବହନ କରୁଛି।
ଆମର ଆଞ୍ଚଳିକ ସହଯୋଗକୁ ଆହୁରି ସମୃଦ୍ଧ କରିବାକୁ, ଆମର ବାଣିଜ୍ୟିକ ବନ୍ଧନ ବଢ଼ାଇବାକୁ ଏବଂ ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ବଙ୍ଗୋପସାଗର ଅଞ୍ଚଳ ଗଠନ କରିବାକୁ ଆମର ସାମୁହିକ ଉଦ୍ୟମକୁ ଅଗ୍ରସର କରାଇବାକୁ ଶିଖର ବୈଠକ ସମୟରେ ମୁଁ ବିମ୍‌ଷ୍ଟେକ୍‌ର ସମସ୍ତ ନେତାଙ୍କ ସହ କଥାବାର୍ତ୍ତା କରିବି।
ଗୁରୁବାର ଦିନ ଶିଖର ବୈଠକ ସହ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ସାକ୍ଷାତ୍‌ କରିବେ।
ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ମଧ୍ୟ ସେ ଭେଟିବେ ବୋଲି କହିଛନ୍ତି। ପଶୁପତିନାଥ ମନ୍ଦିର ପ୍ରାଙ୍ଗଣରେ ନେପାଳ ଭାରତ ମୈତ୍ରୀ ଧର୍ମଶାଳାକୁ ଦୁଇ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ।
ବ୍ୟାଙ୍କ୍‌କକ୍‌ ଘୋଷଣାନାମା ଜରିଆରେ ୧୯୯୭ ମସିହା ଜୁନ୍‌ ୬ ତାରିଖରୁ ବିମ୍‌ଷ୍ଟେକ୍‌ ଗଠନ କରାଯାଇଥିଲା। ବାଂଲାଦେଶ, ଭୁଟାନ୍‌, ଭାରତ, ମିଅାଁମାର୍‌, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ୍‌ ଆଦି ୭ଟି ଦେଶ ଏହାର ସଦସ୍ୟ।

ସମ୍ବନ୍ଧିତ ଖବର