ଭାରତ ପାଇଁ ଭଲ ଖବର :  କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର କିଡନୀ ଖରାପ ହୋଇଯାଇଛି, ଆୟୁଷ ସରିଆସୁଛି

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମୋହମ୍ମଦର ପ୍ରତିଷ୍ଠାତା ମାସୁଦ ଅଜହର ଏବେ ଶଯ୍ୟାଶାୟୀ । ତାହାର ସ୍ପାଇନାଲ କର୍ଡ ଓ କିଡନୀ ଖରାପ ହୋଇଯାଇଛି । ସେଥିପାଇଁ ଏବେ ସେ ରାଓ୍ଵଲପିଣ୍ଡିର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଛି ବୋଲି ଭାରତୀୟ ଗୁଇନ୍ଦା ସଂଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଅନୁସାରେ ସେ ଗତ ବର୍ଷେ ହେଲା ଗୁରୁତର ଅସୁସ୍ଥ ରହିଛି । ଏପରିକି ତାହାର ଆୟୁଷ ସରି ଆସୁଛି ବୋଲି କୁହାଯାଉଛି । ଏଥିପାଇଁ ସେ ନିଜର ସଂଗଠନକୁ ଦୁଇଭାଗରେ ବିଭକ୍ତ କରିଛି ଓ ତାହାର ଦୁଇଭାଇ ରଫ ଅସଗର ଓ ଅଥର ଇବ୍ରାହିମ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି ।

୨୦୦୩ରେ ଭାରତର ସଂସଦ ଆକ୍ରମଣ, ୨୦୦୫ରେ ଅଯୋଧ୍ୟା ଆକ୍ରମଣ ଓ ୨୦୧୬ରେ ପଠାନକୋଟ ଏୟାରବେସ ଉପରେ ଆକ୍ରମଣ ଲାଗି ଜୈସ ନିଜକୁ ଦାୟୀ କରିଥିଲା । ସେଥିପାଇଁ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ଉଦ୍ୟମ କରିଚାଲିଛି । କିନ୍ତୁ ଚୀନର ବିରୋଧ ଯୋଗୁଁ ଏହା ହୋଇପାରୁନାହିଁ । ଗତ ବର୍ଷେ ହେଲା ଚୀନକୁ ଭାରତ ମନେଇବାରେ ଲାଗିଛି । କିନ୍ତୁ ଯଦି ମାସୁଦ ଅଜହର ରୋଗରେ ପଡି ମରିଯାଏ ତେବେ ଭାରତକୁ ଆଉ ଏସବୁ ଉଦ୍ୟମ କରିବାକୁ ପଡିବ ନାହିଁ ।

 

ସମ୍ବନ୍ଧିତ ଖବର