ମନାଲି-ଲେହ ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ଅଟକି ରହିଛି ୨୦୦୦ରୁ ଅଧିକ ଯାନବାହନ

ଶିମଲା: ପର୍ଯ୍ୟଟନ ନଗରୀ ମନାଲି ଠାରୁ ପର୍ବତ ଉପରକୁ ୩୦ କିଲୋମିଟର୍‌ ମାର୍‌ହି ନିକଟରେ ମନାଲି-ଲେହ ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ଗୁରୁବାର ରାତି ଠାରୁ ୨୦୦୦ ରୁ ଅଧିକ ଯାନବାହନ ଅଟକି ରହିଛି। ଗତ ୨୪ ଘଣ୍ଟାରେ ପ୍ରବଳ ବୃଷ୍ଟିପାତ କାରଣରୁ ଭୂସ୍ଖଳନ ହୋଇଥିଲା।

ଗୁରୁବାର ବିଳମ୍ବିତ ରାତ୍ରୀରେ ଭୂସ୍ଖଳନ ହୋଇଥିଲେ ବି ଯାତ୍ରୀମାନେ ସ୍ଥାନୀୟ ପ୍ରଶାସନକୁ ଏ ବିଷୟରେ ଜଣାଇବା ପରେ ଶୁକ୍ରବାର ସକାଳେ ଘଟଣା ଲୋକଲୋଚନକୁ ଆସିଥିଲା।

୩୮ ବର୍ଡର୍‌ ରୋଡ୍‌ସ୍‌ ଟାସ୍କ ଫୋର୍ସ କମାଣ୍ଡର୍‌ ଏକେ ଅଓ୍ଵସ୍ଥି କହିଛନ୍ତି: ପଥରଖଣ୍ଡ ହଟାଇବା ନିମନ୍ତେ ଆମେ ଭାରୀ ଯନ୍ତ୍ର କାମରେ ଲଗାଇଛୁ। କିନ୍ତୁ ପର୍ବତରୁ ଲଗାତର ବିଶାଳ ପଥର ଖଣ୍ଡ ଗଡ଼ି ଆସୁଥିବାରୁ କାମ ବଡ଼ କଷ୍ଟକର ହୋଇ ପଡ଼ିଛି। ଫଳରେ ରାସ୍ତା ଜାମ୍‌ ହୋଇ ଯାଇଛି। ଅଳ୍ପ କେତେ ଘଣ୍ଟା ମଧ୍ୟରେ ଯାନବାହନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିଯିବ ବୋଲି ଆଶା କରାଯାଉଛି।

ଯାନବାହନ ଚଳାଚଳ କରିବାକୁ ରାସ୍ତା ପରିଷ୍କାର କରାଯିବାକୁ ଆଉ ୬ ରୁ ୮ ଘଣ୍ଟା ଲାଗିପାରେ ବୋଲି ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌ ସୂଚନା ଦେଇ ଥିବା କଥା ମନାଲିର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶେର୍‌ ସିଂହ କହନ୍ତି। ବିଶେଷ କରି ପର୍ଯ୍ୟଟକ ଏବଂ ସାମରିକ ଗାଡ଼ି ରାସ୍ତାରେ ଅଟକି ରହିଛି।

ମନାଲିରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିଛି।

ଡେଣୁଆ ପଡ଼ି ରାସ୍ତା ନଷ୍ଟ ହୋଇ ଯାଇଥିବାରୁ ମନାଲି-ଲେହ ରାଜପଥର ଅନ୍ୟ ଏକ ଭାଗ ମଧ୍ୟ ଅବରୋଧ ହୋଇଛି। ମନାଲି ଠାରୁ ପ୍ରାୟ ୨୩୦ କିଲୋମିଟର୍‌ ଆଗକୁ ସର୍ଚୁ ନିକଟରେ ଅବରୋଧ ହୋଇଥିବା ଜଣାପଡ଼ିଛି। ବର୍ଷା ବିତ୍ପାତ ଯୋଗୁଁ ନଷ୍ଟ ହୋଇଥିବାର ରାସ୍ତାର କିଛି ଅଂଶ ଧୋଇ ଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର