ସାଙ୍ଗକୁ ମୃଦୁପାନୀୟ ନ ମିଳିବାରୁ କନ୍ୟାକୁ ନେବା ପାଇଁ ମନା କରିଦେଲା ବର, ତା’ ପରେ……..

ବାରଣାସୀ : ବାରଣାସୀର ଫୁଲପୁର ଥାନା ଅଞ୍ଚଳରେ ବିବାହ ପରେ ବର କନ୍ୟାକୁ ନେବା ପାଇଁ ମନା କରିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାମାନ୍ୟ କାରଣରୁ ଆରମ୍ଭ ହୋଇଥିବା ଏହି ଘଟଣା ଶେଷରେ ପୁଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲା । ଯାହା ପରେ ବର କନ୍ୟାକୁ ନେବା ପାଇଁ ରାଜି ହୋଇଥିବା ଜଣା ପଡ଼ିଛି ।

deccanherald.com

ସୂଚନା ମୁତାବକ, ଅନୀତା ଏବଂ ବିଜୟ ପରସ୍ପରକୁ ଭଲ ପାଉଥିବା ବେଳେ ବର୍ଷକ ପରେ ଦୁହିଁଙ୍କ ବିବାହ ସ୍ଥିର ହୋଇଥିଲା । ମଙ୍ଗଳବାର ରାତିରେ ବିଜୟ ବରଯାତ୍ରୀଙ୍କୁ ସାଥୀରେ ନେଇ ଅନୀତାଙ୍କ ଘରେ ପହଞ୍ଚିଥିଲେ । ବିବାହ ସରିବା ପରେ ବିଜୟଙ୍କ ସାଙ୍ଗମାନେ ବେଦୀ ଉପରେ ବସିଥିଲେ । ଏହି ସମୟରେ ଜଣେ ମୃଦୁପାନୀୟ ପିଇବାକୁ ମାଗିବାରୁ ଅନୀତାଙ୍କ ଘର ଲୋକ ନଥିବା କହି ମନା କରି ଦେଇଥିଲେ । ଯାହା ପରେ ବିଜୟ ରାଗିଯିବା ସହ କନ୍ୟାପକ୍ଷ ଏବଂ ବରପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ରାଗରେ ବିଜୟ ଅନୀତାଙ୍କୁ ନେବା ପାଇଁ ମନା କରି ଦେଇଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ପୁଲିସକୁ ଏ ନେଇ ସୂଚନା ଦିଆଯାଇଥିଲା । ପରେ ପୁଲିସ ଆସି ବୁଝାସୁଝା କରିବାରୁ ବିଜୟ ଅନୀତାଙ୍କୁ ନେଇ ନିଜ ଘରକୁ ଯାଇଥିଲେ ।

ସମ୍ବନ୍ଧିତ ଖବର