ସୌର ମଣ୍ଡଳ ବାହାରେ ଗ୍ରହପୁଞ୍ଜ ଠାବ

ଜୀବସତ୍ତା ତିଷ୍ଠିବା ସମ୍ଭାବନା

ଲଣ୍ଡନ: ବୈଜ୍ଞାନିକମାନେ ସୌର ମଣ୍ଡଳ ବାହାରେ କିଛି ଗ୍ରହ ଠାବ କରିଛନ୍ତି। ପୃଥିବୀ ଭଳି ଏଠାରେ ମଧ୍ୟ ରାସାୟନିକ ବାତାବାରଣ ଦେଖିବାକୁ ମିଳିଛି, ଯେଉଁଥିରେ ଜୀବଜଗତ ତିଷ୍ଠିବା ସମ୍ଭାବନା ରହିଛି। ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ କେମ୍ବି୍ରଜ୍‌ର ଗବେଷକମାନେ ଏହି ଗ୍ରହପୁଞ୍ଜର ସନ୍ଧାନ କରିଛନ୍ତି। ସେମାନଙ୍କ ଆବିଷ୍କାର ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହି ଗ୍ରହଗୁଡ଼ିକରେ ଲୋକଙ୍କ ବଞ୍ଚିରହିବା ନେଇ ସମ୍ଭାବନା ସୃଷ୍ଟି ହେବ। ଏହି ଗ୍ରହପୁଞ୍ଜର ପୃଷ୍ଠ ଭାଗ ପୃଥିବୀ ଭଳି ରହିଛି, ଫଳରେ ଜଳ ଗଚ୍ଛିତ ହୋଇ ରହିପାରିବ।

ସମ୍ବନ୍ଧିତ ଖବର