ସହିଦ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ବିଦେଶୀ ଚାକିରି ଛାଡି ଗାଁକୁ ଫେରିଲେ ୫୦ କାଶ୍ମୀର ଯୁବକ, ସେନା ଓ ପୁଲିସରେ ଯୋଗ ଦେବେ

ଶ୍ରୀନଗର: ଗତ ଜୁନ ମାସରେ ବିଏସଏଫ ଜଓ୍ଵାନ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ତାଙ୍କ ଗାଁର ୫୦ ଜଣ ଯୁବକ ଆଗେଇ ଆସିଛନ୍ତି । ସେମାନେ ସାଉଦି ଆରବରେ ଚାକିରି ଛାଡି ଭାରତୀୟ ସେନା, ବିଏସଏଫ ବା ସିଆରପିଏଫରେ ଯୋଗ ଦେଇ ନିଜ ଗାଁ ପିଲାର ହତ୍ୟାର ଚରମ ପ୍ରତିଶେଧ ନେବେ ।

ଗତ ଜୁନ ମାସରେ ଜାମୁ-କଶ୍ମୀର ଇଦ୍ ମନାଇବା ପାଇଁ ଛୁଟିରେ ନିଜ ଗାଁ ମେନ୍ଧାର ଜିଲ୍ଲାର ସଲାନୀ ଗାଁ ଯାଉଥିବା ବିଏସଏଫ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ଗଣମାଧ୍ୟମରୁ ଜାଣିବା ପରେ ସାଉଦି ଆରମ୍ଭରେ ଚାକିରି କରୁଥିବା ତାଙ୍କ ଗାଁର ପ୍ରାୟ ୫୦ ଜଣ ଯୁବକ କ୍ରୋଧରେ ତାତିଉଠିଲେ । ଏହା ପ୍ରତିଶୋଧ ନେବା ପାଇଁ ସେମାନେ ସେହି ଦିନ ହିଁ ଚାକିରିଛାଡ଼ି ଭାରତ ଫେରିଆସିଲେ । ଏବେ ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଜୁନ ମାସରେ ଏହି ଘଟଣା ପରେ ସହିଦ ଔରଙ୍ଗଜେବଙ୍କ ପିତା ଗଣମାଧ୍ୟମରେ ବୟାନ ଦେଇ କହିଥିଲେ ଯେ, ୭୨ ଘଣ୍ଟା ମଧ୍ୟରେ ତାଙ୍କ ପୁଅର ହତ୍ୟାକାରୀକୁ ସରକାର ନିପାତ ନକଲେ, ସେ ନିଜେ ଏହାର ପ୍ରତିଶୋଧ ନେବେ। ପୁଅ ହତ୍ୟାକାରୀକୁ କ୍ଷମା କରାଯାଇ ପାରିବନାହିଁ ବୋଲି ମୃତ ଔରଙ୍ଗଜେବଙ୍କ ପିତା ତଥା ଭାରତୀୟ ସେନାର ଅବସରପ୍ରାପ୍ତ ଯବାନ ମହମ୍ମଦ ହନିଫ ଘୋଷଣା କରିଥିଲେ । ତାଙ୍କ ପୁଅ ସେନାକୁ ଦେଇଥିବା ପ୍ରତିଶ୍ରୁତି ମୁତାବକ, ନିଜ ଜୀବନ ଦେଇ ଦେଶରକ୍ଷା ପାଇଁ କାର୍ଯ୍ୟ କରିଛି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର