ୟୁପିର ପୂର୍ବତନ ମୁଖମନ୍ତ୍ରୀ ଏନ୍‌ଡି ତିଓ୍ଵାରୀ ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ଵାରୀଙ୍କୁ ବୁଧବାର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ମ୍ୟାକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତିଓ୍ଵାରୀଙ୍କ ଶରୀରସ୍ଥିିତି ଗମ୍ଭୀର ଅଛି, ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଏନ୍‌ଡି ତିଓ୍ଵାରୀଙ୍କ ପୁଅ ଶେଖର ତିଓ୍ଵାରୀଙ୍କ କହିବାନୁସାରେ, ଆଜି ସକାଳେ ଚାହା ପିଉଥିବା ସମୟରେ ବାପା ହଠାତ୍‌ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଆମେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୯୧ବର୍ଷିଅ ଏନ୍‌ଡି ତିଓ୍ଵାରୀ ତିନି ଥର ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।
ସମ୍ବନ୍ଧିତ ଖବର