୨୦୧୯ ନିର୍ବାଚନ ପାଇଁ ନୂଆଦିଲ୍ଲୀଠାରେ ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଦଳର ତୁଙ୍ଗ ନେତା, ସାଂସଦ, ବିଧାୟକ ଓ ରାଜ୍ୟ ସଭାପତିଙ୍କ ସହ ପ୍ରାୟ ଦୁଇ ଶହ ନେତା ସାମିଲ ହୋଇଛନ୍ତି। ୨୦୧୯ରେ ହେବାକୁ ଥିବା ର୍ନିବାଚନ ପାଇଁ ଏଠାରେ ନୂତନ ଷ୍ଟ୍ରାଟେଜି କରାଯିବ। ସାଧାରଣ ର୍ନିବାଚନକୁ ଆହୁରି ଦେଢ ବର୍ଷ ସମୟ ଥିବା ବେଳେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଦଳୀୟ ନେତାମାନେ ଆଗାମୀ ନିର୍ବାଚନ ପାଇଁ ରଣ କୌଶଳ ଶିଖିପାରିବେ। ନୂଆ ଷ୍ଟ୍ରାଟେଜି ବିଷୟରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ତାହା ସହ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ମଧ୍ୟ ଆଲୋଚନା କରାଯିବାର ସମ୍ଭାବନା ରହିଛି।

 

 

ସମ୍ବନ୍ଧିତ ଖବର