ଅକ୍ଟୋବର ୩୧ ସୁଦ୍ଧା ଜାତୀୟ ରାଜପଥରେ କ୍ୟାସ୍‌ଲେସ୍‌ କାରବାର ଦ୍ୱାରା ହେବ ଟୋଲ୍‌ ସଂଗ୍ରହ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରାଳୟ ଅକ୍ଟୋବର ୩୧ ସୁଦ୍ଧା ଜାତୀୟ ରାଜପଥରେ ଇଲେକ୍‌ଟ୍ରୋନିକ୍ସ୍‍ କରାବାର ଦ୍ୱାରା ଟୋଲ୍‌ ସଂଗ୍ରହର ଯୋଜନା ରଖିଛି। ଯାତ୍ରୀମାନେ ଏଣିକି ଟୋଲ୍‌ କର ପୈଠ କରିବା ପାଇଁ ରାଜପଥ ଉପରେ ଲମ୍ବା ଧାଡ଼ିରେ ରହିବେ ନାହିଁ। ଏହି ପ୍ରକ୍ରିୟା ପାଇଁ ସରକାରଙ୍କ ପକ୍ଷରୁ ଗୁଡ଼ାଏ ଅତ୍ୟାଧୁନିକ କୌଶଳ ଅବଲମ୍ବନ କରାଯାଇଛି। ଇଲେକ୍‌ଟ୍ରୋନିକ୍ସ ଜରିଆରେ ଟୋଲ୍‌ ଆଦାୟ ହେଲେ ଟୋଲ୍‌ କ୍ଷେତ୍ରରେ ସ୍ୱଚ୍ଛତା ରଖାଯାଇପାରିବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି। ପ୍ରାଥମିକ ସ୍ତରରେ ଦୁଇଟି ଜାତୀୟ ରାଜପଥରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଧୀରେ ଧୀରେ ଏହାକୁ ସବୁ ଆଡ଼େ ଲାଗୁ କରାଯିବାର ଯୋଜନା ରହିଛି।

 

ସମ୍ବନ୍ଧିତ ଖବର