ଇଡି ଜେରାର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ବିଦେଶରେ ସମ୍ପତ୍ତି କ୍ରୟ କରିବାରେ କଳାଟଙ୍କା ଧଳା କରିଥିବା ଅଭିଯୋଗରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ଗତ ଶନିବାର ଦିନ କ୍ରମାଗତ ତୃତୀୟ ଥର ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି।

ଇଡିରେ ଜେରାର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା । ସେ ଫେସବୁକରେ ଏକ ପୋଷ୍ଟ କରି ନିଜର ମନର କଥାକୁ ପ୍ରକାଶ କରିଛନ୍ତି । ଭଦ୍ରା ଫେସବୁକ୍‌ ଆକାଉଣ୍ଟରେ ସୁପ୍ରଭାତ ସହ ଶୁଭ ରବିବାର ଲେଖି ଶୁଭେଛା ଜଣାଇଛନ୍ତିି । ଏହା ସହିତ ଏଭଳି ସମୟରେ ଯେଉଁମାନେ ତାଙ୍କ ସାଥିରେ ରହିଛନ୍ତି ସେହି ସମସ୍ତ ବନ୍ଧୁ ଓ ପରିଚିତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ନିଜେ ଠିକ୍‌ ଅଛନ୍ତି ଓ କୌଣସି ବି ଘଟଣାର ସମ୍ମୁଖୀନ ହେବା ପାଇଁ ଅନୁଶାସିତ ଓ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଏହା ସହିତ ସବୁବେଳେ ସତ୍ୟର ଜୟ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି ।

ବିକାନେର୍‌ ଜମି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଏକ କଳାଟଙ୍କା ଧଳା କରିବା ମାମଲାରେ ଫେବ୍ରୁଆରି ୧୨ ତାରିଖ ଦିନ ଭଦ୍ରା ଜୟପୁର ଠାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର