ଏକଛତ୍ରବାଦ ଓ ଗଣତନ୍ତ୍ର ମଧ୍ୟରେ ଲଢ଼େଇ: କଂଗ୍ରେସ

ନୂଆଦିଲ୍ଲୀ: ଦେଶ ଏକ ଅସହାୟ ସରକାର ଚାହିବ କି ଶକ୍ତିଶାଳୀ ସରକାର, ତାହା ଦେଶବାସୀ ସ୍ଥିର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଜାତୀୟ ପରିଦେ ବୈଠକରେ କହିବା ପରେ ଏହାର ଜବାବ ରଖିଛି କଂଗ୍ରେସ। ୨୦୧୯ ନିର୍ବାଚନ ଏକଛତ୍ରବାଦ ଏବଂ ଗଣତନ୍ତ୍ର ମଧ୍ୟରେ ଲଢ଼େଇ ହେବ ବୋଲି କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି। କେବଳ ଜଣେ ବ୍ୟକ୍ତିଙ୍କୁ ହରାଇବା ପାଇଁ ଏକଜୁଟ ହୋଇଥିବା ଭିନ୍ନ ଭିନ୍ନ ବିଚାରଧାରର ରାଜନୈତିକ ଦଳଗୁଡ଼ିକ କିଭଳି ଶକ୍ତିଶାଳୀ ସରକାର ଦେଇପାରିବେ ବୋଲି ମୋଦୀ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର