ଗୁଜୁରାଟିମାନଙ୍କୁ ଘୃଣା କରନ୍ତି ଗାନ୍ଧି ପରିବାର : ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଗୌରବ ଯାତ୍ରାର ବିରାଟ ସମାବେଶକୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ,ଗୁଜୁରାଟିମାନଙ୍କୁ ଗାନ୍ଧି ପରିବାର ଘୃଣା କରନ୍ତି,କିନ୍ତୁ ଭାରତୀୟ ଜନତା ପାର୍ଟି ନେହେରୁଙ୍କ ଦୃଷ୍ଟି ଭଙ୍ଗୀକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରିଛି। ଗାନ୍ଧି ପରିବାର ଓ କଂଗ୍ରେସ ଉପରେ ଆକ୍ରାମଣାତ୍ମକ ଢ଼ଙ୍ଗରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି, କଂଗ୍ରେସ ଏବେ ନକାରାତ୍ମକ ଚିନ୍ତାଧାରାରେ ପୀଡ଼ିତ। ଯେଉଁଥିପାଇଁ ଏହି ଦଳର ସକାରାତ୍ମକ ବିଚାର କରିବାର କ୍ଷମତା ହରାଇଛି।

ଗାନ୍ଧି ପରିବାର ଓ କଂଗ୍ରେସ ଦଳର ଅାଖିରେ ଗୁଜୁରାଟ ସର୍ବଦା କଣ୍ଟା ଭଳି ରହିଅାସିଛି। ଗୁଜୁରାଟ ବିଧାନସଭା ନିର୍ବାଚନ ‘ବିକାଶବାଦ’ ବନାମ ‘ବଂଶବାଦ’ ଉପରେ ପର୍ଯ୍ୟବସିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳ ଦେଶକୁ ଅନେକ ନେତା ଦେଇଛି, ଯେଉଁମାନେ କେବଳ ମିଥ୍ୟା ପ୍ରଚାରରେ ଲାଗିଛନ୍ତି। ସେମାନେ ନୈରାଶ୍ୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନରେ ସାଂପ୍ରଦାୟିକତା,ଜାତିଗତ ଚିନ୍ତାଧାରା ଭିଆଉଛି କଂଗ୍ରେସ୍‌ ଏବଂ ଲୋକଙ୍କୁ ବିପଥଗାମୀ କରାଇବା ହେଉଛି କଂଗ୍ରେସ ଦଳର ଅସ୍ତ୍ର ବୋଲି ସେ କହିଛନ୍ତି। ଜିଏସ୍‌ଟି ଲାଗୁ କରାଯିବା ନିଷ୍ପତ୍ତିରେ କଂଗ୍ରେସ ମଧ୍ୟ ସମାନ ଆଂଶୀଦାର ଥିଲା, କିନ୍ତୁ ଏବେ ସେହି ଦଳ ଜିଏସ୍‌ଟିକୁ ନେଇ ମିଥ୍ୟା ପ୍ରଚାର ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର