ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ଦେଶରେ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା ପରଠାରୁ ଦିନ ମଜୁରିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ଲକ୍ଷାଧିକ ଦିନ ମଜୁରିଆ ସେମାନଙ୍କ ଜୀବିକା ହରାଇବା ପରେ ଏବେ ଘୋର ଅନିଶ୍ଚିତତାରେ ରହିଛନ୍ତି। ଭିଟାମାଟି ଛାଡ଼ି ସହରକୁ ଆସିଥିବା ଶ୍ରମିକମାନେ ଏବେ ସହର ଛାଡ଼ି ଗ୍ରାମାଭିମୁଖୀ ହେଉଛନ୍ତି। ହେଲେ ଗାଁକୁ ଯିବା ପାଇଁ ସେମାନଙ୍କ ପାଖରେ କୌଣସି ସାଧନ ନାହିଁ। ଖାଲି ପେଟରେ ହଜାର ହଜାର ଶ୍ରମିକ ଚାଲି ଚାଲି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ରାସ୍ତାରେ କେଉଁଠି ପୁଲିସ ପ୍ରଶାସନ ପକ୍ଷରୁ, ଅନ୍ୟ କେଉଁଠି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଅଧିକାଂଶ କ୍ଷେତ୍ରରେ ଶ୍ରମିକମାନେ ଭୋକ ଓପାସରେ ସେମାନଙ୍କ ଯାତ୍ରା ଜାରି ରଖିଛନ୍ତି। ଏବେ ସେମାନଙ୍କ ହାତରେ କାମ ନାହିଁ କି ପଇସା ନାହିଁ। ଆଗ୍ରାରେ ପର୍ଯ୍ୟଟନ ଏବଂ ଚମଡ଼ା ଶିଳ୍ପ ବନ୍ଦ ହୋଇଯିବା ପରେ ପ୍ରାୟ ୧୦ ହଜାର ଶ୍ରମିକ ସହର ଛାଡ଼ି ପଳାଇଛନ୍ତି। ରାଜସ୍ଥାନର ପ୍ରାୟ ୧୫ ହଜାର ଶ୍ରମିକ ଗତାକାଲି ଗୁଜରାଟରୁ ନିଜ ରାଜ୍ୟ ଅଭିମୁଖେ ବାହାରି ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି। ଦିଲ୍ଲୀ, ଗୁରୁଗ୍ରାମ, ପୁନେ, ବେଙ୍ଗାଲୁରୁ, ସୁରଟ, କୋଲକାତା ଆଦି ସହରରୁ ଲକ୍ଷାଧିକ ଶ୍ରମିକ ସହର ଛାଡ଼ି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ସେମାନଙ୍କୁ ଗୋଟିଏ ନ ଫେରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଖାଦ୍ୟ ଏବଂ ରହଣି ବ୍ୟବସ୍ଥା ନେଇ ତତ୍କାଳ ପଦକ୍ଷେପ ନିଆଯାଇ ପାରୁନଥିବାରୁ ଶ୍ରମିକମାନେ ଫେରିବାକୁ ବାଧ୍ୟ ହେଉଛନ୍ତି।
ଦେଶବ୍ୟାପୀ ଦାଦନଙ୍କ କଷ୍ଟ ବଢ଼ୁଛି, ରାଜସ୍ଥାନ, ୟୁପି, ମଧ୍ୟପ୍ରଦେଶରେ ଜଟିଳ ସ୍ଥିତି
/sambad/media/post_attachments/wp-content/uploads/2020/03/xf897hf98h7f98h7sf98h7sf98h7sf98hsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)