ନୂଆଦିଲ୍ଲୀ: ଭାରତର ସବୁଠୁ ବୟସ୍କ ଭୋଟର୍ ଶ୍ୟାମ ଶରଣ ନେଗି ଏଥର ପୁଣିଥରେ ଭୋଟ୍ ଦେବାକୁ ପ୍ରସ୍ତୁତ ଅଛନ୍ତି। ୧୯୫୧ ମସିହାଠାରୁ ପ୍ରତି ସାଧାରଣ ନିର୍ବାଚନରେ ଭୋଟ୍ ଦେଇ ଆସୁଥିବାରୁ ନିଜକୁ ଗର୍ବିତ ଅନୁଭବ କରନ୍ତି ନେଗି। ୧୦୨ ବର୍ଷ ବୟସରେ ସେ ପୁଣିଥରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାପାଇଁ ବହୁତ ଆଗ୍ରହୀ ଅଛନ୍ତି। ଦେଶର ସବୁଠାରୁ ବରିଷ୍ଠ ଭୋଟର ନେଗି ହିମାଚଳପ୍ରଦେଶର କାଳ୍ପା ବାସିନ୍ଦା। ୧୯୫୧ ମସିହା ଅକ୍ଟୋବରରେ ପ୍ରଥମ ନିର୍ବାଚନରେ ସେ ପ୍ରଥମେ ଭୋଟ୍ ଦେଇଥିଲେ। ସେବେଠାରୁ କେବେହେଲେ ନିଜର ଭୋଟ୍ ଦେବାର ଅଧିକାରରୁ ସେ ନିଜକୁ ବଞ୍ଚିତ କରିନାହାନ୍ତି। ଉଲ୍ଲେଖଯୋଗ୍ୟ ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନରେ ଆସନ୍ତା ମେ’ ୧୯ ତାରିଖରେ ନିର୍ବାଚନ ହେବ।
ଦେଶର ସବୁଠୁ ବୟସ୍କ ଭୋଟର୍
/sambad/media/post_attachments/wp-content/uploads/2019/03/negi-l.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)