ବିବାଦୀୟ ଦକ୍ଷିଣ ଚୀନ୍‌ ସାଗର ମଧ୍ୟରେ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରି ‘ଲଙ୍ଗ୍‌ ରେଞ୍ଜ’ ବମ୍ବର ଏୟାରକ୍ରାଫ୍ଟର ଅବତରଣ କରାଇଲା ଚୀନ୍‌

ବେଜିଂ: ଦକ୍ଷିଣ ଚୀନ୍‌ ସାଗରର ବିବାଦୀୟ ଅଞ୍ଚଳରେ ଚୀନ୍‌ ବାୟୁସେନା ନିଜର ଏଚ୍‌- ୬କେ ବମ୍ବର ଏୟାରକ୍ରାଫ୍ଟର ଉଡ଼ାଣ ଓ ଅବତରଣର ଅଭ୍ୟାସ ଆରମ୍ଭ କରିଛି। ଦକ୍ଷିଣ ଚୀନ୍‌ ସାଗରର ଏହି ବିବାଦୀୟ ଅଞ୍ଚଳରେ ଚୀନ୍‌ ସାଗର ମଧ୍ୟସ୍ଥ ଅଞ୍ଚଳରେ ଚୀନ୍‌ ବାୟୁସେନା ଆଜି ନିଜର ‘ଲଙ୍ଗ୍‌ ରେଞ୍ଜ’ ବମ୍ବର ଏୟାରକ୍ରାଫ୍ଟର ଅବତରଣ କରାଇଥିବା ପ୍ରକାଶ ଚୀନ୍‌ର ସରକାରୀ ସମ୍ବାଦପତ୍ର।

ଚୀନ୍‌ର ଦୈନିକ ସରକାରୀ ସମ୍ବାଦପତ୍ରରେ ଆଜି (ଶନିବାର) ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପିପୁଲସ୍‌ ଲିବରେସନ୍‌ ଆର୍ମି ଏୟାର ଫୋର୍ସ ନିଜର ନିଜର ଏଚ୍‌- ୬କେ ବମ୍ବର ଏୟାରକ୍ରାଫ୍ଟର ଉଡ଼ାଣ ଓ ଅବତରଣର ଅଭ୍ୟାସ ଦକ୍ଷିଣ ଚୀନ୍‌ ସାଗର ମଧ୍ୟରେ ଆରମ୍ଭ କରିଚି। ଦକ୍ଷିଣ ଚୀନ୍‌ ସାଗର ମଧ୍ୟରେ ରହିଥିବା ଛୋଟଛୋଟ ଉପଦ୍ୱୀପ ଯେଉଁମାନେ କି ଚୀନ୍‌ର ବିରୋଧ କରୁଛନ୍ତି, ସେମାନଙ୍କୁ ନିଜର ଶକ୍ତି ପଦ୍ରର୍ଶନ ଉଦ୍ଦେଶ୍ୟରେ ଚୀନ୍‌ ଏ ପ୍ରକାରର ଉଦ୍ଦ୍ୟମ ଆରମ୍ଭ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର