ଭାତରୀୟ ମୁସଲମାନଙ୍କୁ ‘ପାକିସ୍ତାନୀ’ କହୁଥିବା ଲୋକଙ୍କୁ ଦଣ୍ଡିତ କରାଯାଉ: ଅସାଦୁଦ୍ଦିନ ଓଓ୍ଵାଇସି

ନୂଆଦିଲ୍ଲୀ: ଭାରତୀୟ ମୁସଲମାନଙ୍କୁ ‘ପାକିସ୍ତାନୀ’ କହୁଥିବା ଲୋକମାନଙ୍କୁ ଜେଲ୍‌ ପଠାଯିବା ଉଚିତ ବୋଲି ମଙ୍ଗଳବାର ଦିନ ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ ମୁସ୍‌ଲିମିନ୍‌ (ଏଆଇଏମ୍‌ଆଇଏମ୍‌)ର ନେତା ଅସାଉଦ୍ଦିନ୍‌ ଓଓ୍ଵାଇସି କହିଛନ୍ତି।

ଏ ଭଳି ମନ୍ତବ୍ୟ ଦେଉଥିବା ଲୋକମାନଙ୍କୁ ଦଣ୍ଡିତ କରିବାକୁ ଆଇନ ପ୍ରଣୟନ ପାଇଁ ସରକାରଙ୍କୁ କହି ଓଓ୍ଵାଇସି ତିନି ବର୍ଷ ପାଇଁ ଜେଲ୍‌ ଦଣ୍ଡ ବିଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, ବିଜେପି ସରକାର ସେ ଭଳି ବିଲ୍‌ ଆଣିବ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଭାରତରେ ବସବାସ କରୁଥିବା ମୁସଲମାନମାନେ ଜିନ୍ନାଙ୍କର ଦୁଇ-ଦେଶ ତତ୍ତ୍ୱକୁ ଖାରଜ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷର ଧନ୍ୟବାଦ ଜ୍ଞାପନ ପ୍ରସ୍ତାବରେ ଓଓ୍ଵାଇସି ଲୋକସଭାରେ ଏ କଥା କହିଛନ୍ତି।

ବିବାଦୀୟ ତିନ୍‌ ତଲାକ୍‌ ବିଲ୍‌ ସଙ୍କ୍ରାନ୍ତରେ ଓଓ୍ଵାଇସି କହିଲେ କି, ଏହା ମହିଳା ବିରୋଧୀ।

ସମ୍ବନ୍ଧିତ ଖବର