ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ସୋନିଆ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୪ତମ ଜନ୍ମଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ବୀରଭୂମିଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ଅଶୋକ ଗେହଲଟ୍‌ ମଧ୍ୟ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାପରେ ଟ୍ଵିଟ୍‌ କରି ରାହୁଲ କହିଛନ୍ତି, ମୋ ପିତା ଜଣେ ଦୟାଶୀଳ ଓ ସ୍ନେହୀ ବ୍ୟକ୍ତି ଥିଲେ। ତାଙ୍କର କିଛି ଜନ୍ମଦିନ ଉତ୍ସବକୁ ଆମେ ମିଶି ପାଳନ କରିଛୁ। ଆଜି ସେ ନାହାନ୍ତି ସତ, କିନ୍ତୁ ତାଙ୍କ ସ୍ମୃତି ଏବେ ବି ଜୀବନ୍ତ ରହିଛି। ରାଜୀବ ଗାନ୍ଧୀ ୧୯୪୪ ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର