ନୂ୍ଆଦିଲ୍ଲୀ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଉଭୟ ସମାଲୋଚନା ଏବଂ ସୂଚନା ଉପରେ ଗୁରୁତ୍ବ ଦିଅନ୍ତି ବୋଲି ଅଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କହିଛନ୍ତି। ଶିଳ୍ପପତି ରାହୁଲ ବଜାଜ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କରିଥିବା ପ୍ରଶ୍ନ ସଂକ୍ରାନ୍ତରେ ନିର୍ମଳା ଏଭଳି ଟିପ୍ପଣୀ ରଖିଛନ୍ତି। ବଜାଜ୍ ଗତକାଲି ଏକ କାର୍ଯ୍ୟକ୍ରମରେ ଶାହଙ୍କୁ କହିଥିଲେ, ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ ସମାଲୋଚନା କରିବାପାଇଁ ଭୟ କରୁଛନ୍ତି। ତେବେ ଶାହ ଏହାର ଉତ୍ତରରେ କହିଥିଲେ ମୋଦୀ ସରକାରକୁ ଲଗାତାର ଗଣମାଧ୍ୟମରେ ସମାଲୋଚନା କରାଯାଉଛି। କିନ୍ତୁ ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ତେବେ ଏଦିଗରେ ଧ୍ୟାନ ଦିଆଯିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଅର୍ଥମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦାବି କରୁଛନ୍ତି ମୋଦୀ ସରକାର ‘ସୁଟ୍ ବୁଟ୍ କୀ ସରକାର’ ସେମାନେ ସମ୍ପୂର୍ଣ୍ଣ ଭୁଲ୍। କାରଣ ଯେଉଁମାନେ ଉଜ୍ଜ୍ବଳା ଯୋଜନା, ଆୟୁଷ୍ମାନ୍ ଯୋଜନା ଏବଂ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରୁ ଉପକୃତ ହୋଇଛନ୍ତି ସେମାନେ ସୁଟ୍ ବୁଟ୍ ପିନ୍ଧିନାହାନ୍ତି। ଅନ୍ୟପକ୍ଷେ ଅଧିର ରଂଜନ ଚୌଧୁରୀଙ୍କ ଟିପ୍ପଣୀ ବିରୋଧରେ କଡ଼ା ଜବାବ ଦେଇ ସୀତାରମଣ କହିଛନ୍ତି, କିଛି ଲୋକ ପ୍ରଶ୍ନ ପଚାରି ଉତ୍ତର ପାଇବା ପୂର୍ବରୁ ସଂସଦ ଛାଡ଼ି ପଳାଉଛନ୍ତି। ଏହା ସେମାନଙ୍କ ଡିଏନ୍ଏରେ ଅଛି।
ସରକାର ସମାଲୋଚନାକୁ ଶୁଣନ୍ତି: ନିର୍ମଳା
/sambad/media/post_attachments/wp-content/uploads/2019/11/nirmala-sitharaman-dna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)