ଅଖିଳେଶଙ୍କ ମୁକାବିଲା କରିବେ ଭୋଜପୁରୀ ଅଭିନେତା

ନୂଆଦିଲ୍ଲୀ : ପୂର୍ବ ଉତ୍ତରପ୍ରଦେଶର ମର୍ଯ୍ୟାଦାଜନକ ଆସନ ଆଜମଗଡ଼ରେ ଏଥର ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ମୁକାବିଲା କରିବେ ଭୋଜପୁରୀ ଅଭିନେତା ତଥା ଗାୟକ ଦିନେଶ ଲାଲ୍‌ ଯାଦବ। ଉତ୍ତରପ୍ରଦେଶର ଏହି ଲୋକପ୍ରିୟ ଅଭିନେତା ଆଜମଗଡ଼ରୁ ବିଜେପି ପ୍ରାର୍ଥୀ ହେବା ପରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ଅଖିଳେଶ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ପାରମ୍ପରିକ ଆସନରୁ ନିର୍ବାଚନ ଲଢ଼ୁଥିବାରୁ ଏହି ଆସନରେ ନିର୍ବାଚନ ଜିତିବା ତାଙ୍କ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଭୋଜପୁରୀ ଅଭିନେତା ଦିନେଶ ଲାଲ୍‌ ଅଖି‌ଳେଶଙ୍କୁ ଏହି ଆସନ‌ରେ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି। ଲାଲ୍‌ ପୂର୍ବରୁ ସପାରେ ଯୋଗ ଦେଇଥିଲେ ଏବଂ ସପା ପାଇଁ ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। କିନ୍ତୁ ଗତକାଲି ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଆଜି ତାଙ୍କୁ ଆଜମଗଡ଼ ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର