ଅନିମନ୍ତ୍ରିତ ଅତିଥି: ବାହାଘର ଭୋଜିରେ ପଶିଲା ବାଘ

ନାଗପୁର: ମଧ୍ୟପ୍ରଦେଶର ମାସୁଲଖପା ଗାଁ’ରେ ଏକ ବିବାହ ଭୋଜିକୁ ପଶି ବାଘଟିଏ ବିନା ନିମନ୍ତ୍ରଣରେ ପଶି ଆସିଥିଲା। କୌଣସିମତେ ସେ ଗାଁ’ର ଲୋକେ ତାକୁ ବଣକୁ ଘଉଡ଼ାଇ ଦେଇଥିଲେ।

ପୁଣି ଦୁଇ ଦିନ ତଳେ ମଧ୍ୟପ୍ରଦେଶର କତଙ୍ଗି ଅରଣ୍ୟାଞ୍ଚଳରୁ ସେ ପ୍ରାପ୍ତ ବୟସ୍କ ବାଘଟି ମହାରାଷ୍ଟ୍ରର ଭାନ୍ଦରା ଫରେଷ୍ଟ୍‍ ଡିଭିଜନ୍‌ର ନାକାଡୋଙ୍ଗରିରେ ପଶି ଜଣେ ମହିଳାଙ୍କୁ ଆକ୍ରମଣ କରିଛି।

ରାଜ୍ୟ ସୀମା ପାରି ହେବା ପୂର୍ବରୁ ବାଘଟି ବିବାହ ଭୋଜିସ୍ଥଳରେ ପ୍ରବେଶ କରିଥିବା ବାଘଟି ବୁଧବାର ଭୋର୍‌ ପାଞ୍ଚଟା ବେଳେ ସେ ବାଘଟି ସୁନ୍ଦରତୋଳା ଗ୍ରାମର ଶାନ୍ତାବାଈ ଜିଙ୍ଗ୍ରୁ କାରକାଡ଼େଙ୍କୁ ଆକ୍ରମଣ କରିଥିଲା। ସେ ଶୌଚ ହେବାକୁ ଯାଇଥିଲେ। ତୁମ୍‌ସାର୍‌ ଠାରେ ଥିବା ଏକ ସରକାରୀ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ଦାଖଲ କରାଯାଇଥିଲା।

Image Courtesy of TOI

ବାଘର ଗତିବିଧି ଲକ୍ଷ କରୁଥିବା ଭାନ୍ଦରା ବଣ୍ୟ ଅଧିକାରୀ ଏବଂ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ଏନ୍‌ଜିଓ କହୁଛନ୍ତି ଯେ ସେ ବାଘଟି ଜନବସତି ପାଖାପାଖି ରହୁଛି ଏବଂ ଆଲୁଅ ଦ୍ୱାରା ଆକର୍ଷିତ ହୋଇ ମଣିଷ ରହୁଥିବା ସ୍ଥାନକୁ ଚାଲି ଆସୁଛି।

ବାଲାଘାଟର ମୁଖ୍ୟ ବନ ସଂରକ୍ଷକ ଧୀରେନ୍ଦ୍ର ଭାର୍ଗବ କହନ୍ତି: ସେ ବାଘଟି ବଡ଼ ସାହସୀ ହୋଇଥିବାରୁ ଗାଁ’ ରାସ୍ତାରେ ଚାଲବୁଲ କରୁଛି। ବର୍ଷାଋତୁ ଠାରୁ ଏକ ଦଳ ତା’ର ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି। କିନ୍ତୁ, ବାଘଟିର ଅତୀତ କଥା କିଛି ଜଣାପଡୁ ନାହିଁ। ସମ୍ଭବତଃ କୌଣସି ତରୁଣ ବାଘ ତାକୁ ତା’ର ରାଜ୍ୟରୁ ତଡ଼ି ଦେଇଛି।

ମଧ୍ୟପ୍ରଦେଶର ମାସୁଲଖପା ଗାଁ’ରେ ଏକ ବିବାହ ଭୋଜିକୁ ପଶି ଲୋକଙ୍କୁ ଛାନିଆ କରିଥିବା ଘଟଣାରୁ ଜଣା ପଡୁଛି ଯେ ତା’ର ମଣିଷଙ୍କ ପ୍ରତି ତିଳେମାତ୍ର ଡର ନାହିଁ। ବାଘଟି ଭୋଜିସ୍ଥଳକୁ ପ୍ରବେଶ କରିବାବେଳେ ଲୋକେ ଖିଆପିଆ କରୁଥିଲେ। ଚିତ୍କାର କରି ଗ୍ରାମବାସୀମାନେ ଏଣେ ତେଣେ ଦୌଡ଼ାଦୌଡ଼ି କରିଥିଲେ। ପରେ ସାହସ କରି ତାକୁ ବନସ୍ତ ଆଡ଼କୁ ତଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର