ଆଫଗାନରେ ତାଲିବାନ ଆକ୍ରମଣ

କାବୁଲ୍‌ : ପଶ୍ଚିମ ଆଫଗାନିସ୍ତାନରେ ଆଜି ଏକ ବର୍ଡର ଆଉଟପୋଷ୍ଟ୍‌ ଉପରେ ତାଲିବାନ୍‌ ଆକ୍ରମଣ ହୋଇଛି। ଏହାଦ୍ବାରା ୨୦ ସୈନିକ ନିହତ ହୋଇଛନ୍ତି ଏବଂ ଆହୁରି ଅନେକ ଆହତ ହୋଇଛନ୍ତି।। ଇରାନ ସୀମା ନିକଟସ୍ଥ ଏକ ବର୍ଡର ଆଉ‌ଟପୋଷ୍ଟ୍‌ ଉପରେ ଏହି ଆକ୍ରମଣ ହୋଇଥିଲା। କିଛି ସୈନିକ ଏଯାବତ୍‌ ନିଖୋଜ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତକାଲି ମଧ୍ୟ ଏକ ପୁଲିସ ଚେକପଏଣ୍ଟ୍‌ ଉପରେ ତାଲିବାନ ଆକ୍ରମଣ ଦ୍ବାରା ୧୩ ଜଣ ସୈନିକ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର