ଆମେରିକା ଦ୍ୱାରା ମିସାଇଲ ଡିଫେନ୍ସ ସିଷ୍ଟମ ନାସାମ୍ସର ସଫଳ ପରୀକ୍ଷା, ଭାରତ ଏହାକୁ କିଣୁଛି

ଓ୍ଵାସିଂଟନ : ଆମେରିକୀୟ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକାରୀ କମ୍ପାନି ରେଥେନ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଏୟାର ଡିଫେନ୍ସ ସିଷ୍ଟମ ନାସାମ୍ସ-୨ରୁ ଏକ ସ୍ୱଳ୍ପ ଦୂରଗାମୀ ଏୟାର-ଟୁ-ଏୟାର ମିଜାଇଲ ଏଆଇଏମ-୯ଏକ୍ସ ସାଇଡଓ୍ଵିଣ୍ଡର ସଫଳ ପରୀକ୍ଷଣ ହୋଇଛି ।  ଆଶାନୁରୂପ ଭାବେ ଏହା ନିଜ ଆଡକୁ ଆସୁଥିବା ଆଉ ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାରେ ସଫଳ ହୋଇଛି । ତେବେ ଏଠାରେ ଏହି ପ୍ରସଙ୍ଗ ଉଲ୍ଲେଖ କରିବାର କାରଣ ହେଉଛି ଭାରତ ଏହି ମିସାଇଲ ଡିଫେନ୍ସ ସିଷ୍ଟମକୁ ଖରିଦ କରିବାକୁ ଯାଉଛି ।

ଏହି ଅତ୍ୟାଧୁନିକ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ  ନ୍ୟାସନାଲ ଆଡଭାନ୍ସଡ ସରଫେସ ଟୁ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ( ନାସାମସ-୨)ର ମୂଲ୍ୟ ରହିବ ପ୍ରାୟ ୧ ବିଲିୟନ ଡଲାର ବା ୬୦୦୦ କୋଟି ଟଙ୍କା । ଏହାକୁ ମୁଖ୍ୟ ଦିଲ୍ଲୀର ସୁରକ୍ଷା ପାଇଁ ଲଗାଯିବ । ଶତ୍ରୁପକ୍ଷର ମିସାଇଲ ଓ ଡ୍ରୋନକୁ ଖସାଇବା ପାଇଁ ଏଥିରେ ଷ୍ଟ୍ରିଞ୍ଜର ମିସାଇଲ, ଆମରାମ ମିସାଇଲ, ଗନ ସିଷ୍ଟମ ରହିବ । ଏଥିରେ ମଧ୍ୟ ଶତ୍ରୁର ବିମାନ, ମିସାଇଲ ଓ ଡ୍ରୋନକୁ ଠାବ କରିବାକୁ ଶକ୍ତିଶାଳୀ ରାଡାର ରହିଛି ।

 

ସମ୍ବନ୍ଧିତ ଖବର