ଋଷ: କଲେଜରେ ଆତ୍ମଘାତୀ ଅାକ୍ରମଣ ; ୧୯ ଜଣଙ୍କ ମୃତ୍ୟୁ

ମସ୍କୋ : ଋଷର କ୍ରିମିୟାର ଏକ କଲେଜ ପଡିଆରେ ବୋମା ବିସ୍ଫୋରଣ ହେବା ଫଳରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ସେଠାରେ ଉପସ୍ଥିତ ଥିବା ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ବିସ୍ଫୋରଣରେ ଅନେକ କଲେଜ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ଥିବା ସୂଚନା ମିଳିଛି । ବୋମା ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଘଟଣାସ୍ଥଳରେ ପୋଲିସ ଓ ସେନା ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମୁଖପାତ୍ର ଏହା ଆତଙ୍କୀ ଆକ୍ରମଣ ହୋଇଥିବା ଆଶଙ୍କା କରିଛନ୍ତି। କ୍ରିମିୟା କଲେଜର ନିର୍ଦ୍ଦେଶକ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ସହିତ ଜଣେ ବ୍ୟକ୍ତି କଲେଜରେ ପ୍ରବେଶ କରିଥିଲେ। ବ୍ୟକ୍ତି ଜଣକ କାଫେଟେରିଆରେ ବିସ୍ଫୋରକ ରଖିବା ପରେ ବାହାକୁ ଯାଇ ଗୁଳି କରିଥିଲେ। ଲୋକଙ୍କ ଉପରକୁ ମଧ୍ୟ ବ୍ୟକ୍ତି ଜଣକ ଆଖିବୁଜା ଗୁଳି ଚଳାଇଥିଲା। କିଛି ସମୟ ପରେ ଅନେକ ଶବ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା ଏବଂ ମାଟି ରକ୍ତରେ ରଞ୍ଜିତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର