କିନ୍ନରଙ୍କ ପାଇଁ ପାନ୍‌ କାର୍ଡ ପାଇବା ସହଜ ହେଲା

ନୂଆଦିଲ୍ଲୀ: ନୂତନ ପାନ୍‌ କାର୍ଡ ପାଇବାକୁ କିଂବା ରଖିଥିବା ପାନ୍‌କାର୍ଡରେ ଲିଙ୍ଗ ପରିବର୍ତ୍ତନ କରାଇବାକୁ କିନ୍ନରମାନେ ସେମାନଙ୍କ ଲିଙ୍ଗଗତ ପ୍ରମାଣଭାବେ ଯେକୌଣସି ଦଲିଲ୍‌ ଦାଖଲ କରିପାରିବେ ବୋଲି ବୁଧବାର ଦିନ ଆୟକର ବିଭାଗ ଏକ ଆଡ୍‌ଭାଇଜରିରେ କହିଛି।

ଏପ୍ରିଲ୍‌ ୧୦ ତାରିଖ ଦିନ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ୍‌ ଟ୍ୟାକ୍‌ସେସ୍‌ ଆଇ-ଟି ନିୟମ ସଂଶୋଧନ କରିଥିଲା। ସଂଶୋଧିତ ପାନ୍‌ ଆବେଦନ ଫର୍ମରେ ତିନୋଟି ବକ୍ସ୍‍ ରହିଛି ଯଥା:-ପୁରୁଷ, ନାରୀ ଏବଂ କିନ୍ନର।

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶମତେ ଆଇ-ଟି ନିୟମାବଳୀରେ ପରିବର୍ତ୍ତନ କରାଯାଇଛି। ପାନ୍‌ ଏବଂ ଆଧାର ଆବେଦନ ଫର୍ମରେ ସବୁ ଲିଙ୍ଗ ପାଇଁ ସ୍ଥାନ ନ ଥିବା ଦର୍ଶାଇଥିଲେ ଜଣେ ପିଟିସନର୍‌। କିନ୍ନରମାନଙ୍କୁ ଏକ ବର୍ଗଭାବେ ବିଚାରି ଆଧାର କାର୍ଡରେ ସେଥିପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ପାନ୍‌ରେ ୨ଟି ଲିଙ୍ଗବର୍ଗ ଥିବାରୁ ଆଧାରରେ ତିନିଟି ଲିଙ୍ଗ ବର୍ଗ ଥିବାରୁ ଏହା ମେଳ ଖାଇ ନ ଥିଲା।

ସଂଶୋଧନ ପରେ ପାନ୍‌ ଆବେଦନ ଫର୍ମରେ କିନ୍ନରମାନଙ୍କ ପାଇଁ ସ୍ଥାନ ଥିବାରୁ ସେମାନଙ୍କୁ ଅନ୍ୟ କୌଣସି ପ୍ରମାଣ ପ୍ରତ ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର