ଜାତିସଂଘରେ ଭାରତର ଉଦ୍‌ବେଗ

ମାନବାଧିକାର ପରିଷଦର ରାଜନୀତିକରଣ ହେଉଛି

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦର କାର୍ଯ୍ୟ ଦୂଷିତ ହୋଇପଡ଼ିଛି। ଏବେ ଏହାର ରାଜନୀତିକରଣ ହୋଇଛି ଏବଂ କେତେକ ରାଷ୍ଟ୍ର ମାନବାଧିକାର ସଂକ୍ରାନ୍ତ ମିଥ୍ୟା ରିପୋର୍ଟକୁ କୂଟନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ଆଜି ଜାତିସଂଘରେ ଭାରତ କହିଛି। ମାନବାଧିକାର ପରିଷଦ ଏବେ ଦିଗହରା ହୋଇ କାର୍ଯ୍ୟ କରିବା ଘୋର ଉଦ୍‌ବେଗର କାରଣ ପାଲଟିଛି ବୋଲି ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ତନ୍ମୟ ଲାଲ କହିଛନ୍ତି। ମାନବାଧିକାରକୁ ନେଇ ଅନ୍ତର୍ଜାତୀୟ ନୀତି ନିୟମ ସ୍ପଷ୍ଟ ରହିଥିଲେ ମଧ୍ୟ ଏଥିରେ ବିଭ୍ରାନ୍ତି ସୃଷ୍ଟି କରାଯାଇ ପକ୍ଷପାତମୂଳକ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଭାରତ କହିଛି।

ସମ୍ବନ୍ଧିତ ଖବର