ଟ୍ବିଟର ସିଇଓଙ୍କୁ ପୁଣି ସମନ୍‌

ନୂଆଦିଲ୍ଲୀ, : ଟ୍ବିଟର ସିଇଓ ଜ୍ୟାକ୍‌ ‌େଡାର୍ସିଙ୍କୁ ଆସନ୍ତା ୨୫ରେ ସମନ୍‌ କରିଛନ୍ତି ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ କମିଟି। ସଂସଦୀୟ କମିଟି ଆସନ୍ତା ୨୫ ତାରିଖରେ ଟ୍ବିଟର ସିଇଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ୧୧ ତାରିଖରେ ହାଜର ହେବା ପାଇଁ କମିଟି କହିଥିଲା। କିନ୍ତୁ ଆଜି ସେମାନେ କମିଟିରେ ହାଜର ହେବାରେ ବିଫଳ ହେବାରୁ କମିଟି ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କୁ ଫେବ୍ରୁଆରି ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କମିଟି ଅଧ୍ୟକ୍ଷ ବିଜେପି ସାଂସଦ ଅନୁରାଗ ଠାକୁର ରହିଛନ୍ତି।

ସମ୍ବନ୍ଧିତ ଖବର