ଟ୍ରାଇବ୍ସ ଇଣ୍ଡିଆର ବ୍ରାଣ୍ଡ୍‌ ଆମ୍ବାସଡର ହେଲେ ମେରିକମ୍‌

ନୂଆଦିଲ୍ଲୀ : ଟ୍ରାଇବ୍ସ ଇଣ୍ଡିଆର ବ୍ରାଣ୍ଡ୍‌ ଆମ୍ବାସଡର ହୋଇଛନ୍ତି ଅର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ବକ୍ସର ଓ ରାଜ୍ୟସଭା ସାଂସଦ ଏମ୍‌ ସି ମେରିକମ୍‌। ଅାଜି ଦିଲ୍ଲୀର ବିଜ୍ଞାନ ଭବନଠା‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଅ‌ାଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଟ୍ରାଇବ୍ସ ଇଣ୍ଡିଆର ବ୍ରାଣ୍ଡ୍‌ ଆମ୍ବାସଡର ରୂପେ ମେରିକମ୍‌ ସମ୍ମତି ପ୍ରକାଶ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଦେଶର ଆଦିବାସୀ ମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସାମଗ୍ରୀ ଗୁଡ଼ିକର ପ୍ରମୋସନ୍‌ ପାଇଁ ମେରିକମ୍‌ ବ୍ରାଣ୍ଡ୍‌ ଆମ୍ବାସଡର ରୂପେ ପ୍ରଚାର କରିବେ ବୋଲି ଜୁଏଲ କହିଛନ୍ତି। ଦେଶରେ ବତ୍ତର୍ମାନ ସମୁଦାୟ ୧୦୩ ଟି ଟ୍ରାଇବ୍ସ ଇଣ୍ଡିଅା ଅ‌ାଉଟ୍‌ଲେଟ୍‌ ରହିଛି।

ସମ୍ବନ୍ଧିତ ଖବର