ଦାଉ ସାଜିଛି ବର୍ଷା : ଏ ପର୍ଯ୍ୟନ୍ତ ଦେଶରେ ୪୬୫ ମଲେଣି

ନୂଆଦିଲ୍ଲୀ : ଏ ବର୍ଷ ଗ୍ରୀଷ୍ମଋତୁରେ କାଳବୈଶାଖି, ଧୂଳିଝଡ଼ ଓ ବଜ୍ରପାତରେ ଦେଶରେ ଅନେକ ଲୋକ ମରିବା ପରେ ଏବେ ବର୍ଷା ଦାଉ ସାଜିଛି । ଏପର୍ଯ୍ୟନ୍ତ ଦେଶରେ ପ୍ରବଳ ବର୍ଷା, ବନ୍ୟା ଫଳରେ ମୋଟ ୪୬୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଅଧିନସ୍ଥ ଜାତୀୟ ଜରୁରୀକାଳୀନ ସହାୟତା କେନ୍ଦ୍ରର ତଥ୍ୟ ଅନୁସାରେ ଏହି ୪୬୫ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୧୩୮ ଜଣ, କେରଳରେ ୧୨୫ ଜଣ, ପଶ୍ଚିମ ବଙ୍ଗରେ ୧୧୬ ଜଣ, ଗୁଜୁରାଟରେ ୫୨ ଜଣ, ଆସାମରେ ୩୪ ଜଣ ବନ୍ୟା ବା ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ବର୍ଷା ଦ୍ୱାରା ମହାରାଷ୍ଟ୍ରର ୨୬ ଟି ଜିଲ୍ଲା, ପଶ୍ଚିମ ବଙ୍ଗର ୨୨ଟି ଓ ଆସାମର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛନ୍ତି । ଆସାମରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୦.୧୭ ଲକ୍ଷ ଲୋକ ବାସହୀନ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ବନ୍ୟା ବିତ୍ପାତ ଦେଖାଦେଇଛି ।

ସମ୍ବନ୍ଧିତ ଖବର