ଦିଲ୍ଲୀ ଓ ଏନସିଆରରେ ଓଡ଼ିଆମାନେ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ଦୁର୍ଗାପୂଜା

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନସିଆର ଅଞ୍ଚଳ (ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗାଜିଆବାଦ, ଗୁରୁଗ୍ରାମ)ରେ ପ୍ରବାସୀ ଓଡ଼ିଆମାନେ ଧୁମ୍‌ଧାମ୍‌ରେ ଦୁର୍ଗପୂଜା ପାଳନ କରୁଛନ୍ତି। ଦକ୍ଷିଣ ଦିଲ୍ଲୀର ସାହାପୁର ଜାଟ ସ୍ଥିତ ଉତ୍କଳ ଦୁର୍ଗପୂଜା କମିଟି, ପୁଷ୍ପବିହାର ଦୁର୍ଗାପୂଜା କମିଟି, ନୋଏଡ଼ାର ସେକ୍ଟର ୫ ସ୍ଥିତ କଳିଙ୍ଗ ଦୁର୍ଗାପୂଜା କମିଟି ସମେତ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ବିଭିନ୍ନ ଓଡ଼ିଆ ସଙ୍ଗଠନ ମାନଙ୍କ ଦ୍ୱାରା ୨୫ଟି ସ୍ଥାନରେ ସୁସଜ୍ଜିତ ମେଢ ସାଙ୍ଗକୁ ଆକର୍ଷଣୀୟ ରଙ୍ଗ ବେରଙ୍ଗର ଆଲୋକମାଳାରେ ପୂଜା ମଣ୍ଡପ ଗୁଡ଼ିକ ସଜ୍ଜିତ କରାଯାଇଛି। ଆଜି ପୂଜାମଣ୍ଡପ ଗୁଡ଼ିକରେ ଅଷ୍ଟମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁମାନଙ୍କ ଦିନ ତମାମ ଭିଡ଼ ଲାଗି ରହିଥିଲା। ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରବାସୀ ଓଡ଼ିଆମାନେ ଦୁର୍ଗାପୂଜା ପାଳନ କରିବା ସହ ସନ୍ଧ୍ୟାରେ ଓଡ଼ିଆ ସଂସ୍କୃତି ସମ୍ପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ମଧ୍ୟ ପରିବେଷଣ କରାଯାଉଛି। ପୂଜାମଣ୍ଡପମାନଙ୍କ ପାଖରେ ଶାନ୍ତି ଶୁଙ୍ଖଳା ରକ୍ଷା ଲାଗି ଆବଶ୍ୟକୀୟ ପୁଲିସ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର