ପାକ୍‌ ସେନାର ଅମାନବୀୟ କାଣ୍ଡ: ବିଏସ୍‌ଏଫ୍‌ ଯବାନଙ୍କୁ ଗୁଳି ପରେ ତଣ୍ଟି କାଟିଲେ

ଶ୍ରୀନଗର: ପାକିସ୍ତାନ ଗୋଟିଏ ପଟେ ଭାରତ ସହ ଶାନ୍ତି ଏବଂ ବନ୍ଧୁତ୍ୱର କଥା କହୁଛି। କିନ୍ତୁ ଅନ୍ୟପଟେ ଏହା ବାରମ୍ବାର ନିଜ ନୃଶଂସତାର ପରିଚୟ ଦେଉଛି। ପୁଣିଥରେ ପାକ୍‌ ସେନାର ବର୍ବରତା ପଦାରେ ପଡ଼ିଛି। ପାକ୍‌ ରେଞ୍ଜର୍ସମାନେ ଗତକାଲି ଅତି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଜମ୍ମୁର ଅନ୍ତର୍ଜାତୀୟ ସୀମା ନିକଟରେ ଗୁଳି କରିବା ପରେ ତାଙ୍କ ତଣ୍ଟି କାଟିଦେଇଛନ୍ତି। ଯବାନଙ୍କ ଶରୀରସାରା ମଧ୍ୟ କ୍ଷତଚିହ୍ନ ରହିଛି। ପାକ୍‌ ସେନାର ଏଭଳି କାର୍ଯ୍ୟକୁ ଭାରତ ତୀବ୍ର ନିନ୍ଦା କରିଛି। ସୂଚନା ମୁତାବକ ବିଏସ୍‌ଏଫ୍‌ର ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହ ଗତକାଲି ପାକ୍‌ ସେନା ଗୁଳିରେ ସହିଦ ହୋଇଥିଲେ। ତେବେ ପାକ୍‌ ସେନା କେବଳ ଗୁଳି ଚାଳନା କରିନଥିଲେ, ସେମାନେ ତାଙ୍କ ତଣ୍ଟି କାଟି ଦେଇଥିଲେ। ଏଥିସହ ତାଙ୍କ ଶରୀରକୁ କୌଣସି ଅସ୍ତ୍ରରେ ମଧ୍ୟ କାଟିପକାଇଥିଲେ। ଭାରତ ସରକାର ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ବିଦେଶ ମନ୍ତ୍ରାଳୟ ଏବଂ ଡିଜିଏମ୍‌ଓ (ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ମିଲିଟାରି ଅପରେସନ୍ସ)। ସୁରକ୍ଷାବାହିନୀ ଦ୍ୱାରା ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ହାଇ ଆଲର୍ଟ ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ସୀମା ନିକଟରେ ବଢ଼ିଯାଇଥିବା ଘାସ ସଫା କରିବାପାଇଁ ନରେନ୍ଦ୍ରଙ୍କ ସମେତ ବିଏସ୍‌ଏଫ୍‌ର ୪ ଜଣ ଯବାନ୍‌ ଗତକାଲି ଜମ୍ମୁର ରାମଗଡ଼ ସେକ୍ଟରରେ ନିୟୋଜିତ ହୋଇଥିଲେ। ତେବେ ଏହି ସମୟରେ ପାକ୍‌ ସେନା ପକ୍ଷରୁ ଅଚାନକ ଗୁଳି ଚାଳନା ହୋଇଥିଲା। ବିଏସ୍‌ଏଫ୍‌ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇ ପ୍ରବଳ ଗୁଳି ଚାଳନା ହୋଇଥିଲା। ବିଏସ୍‌ଏଫ୍‌ ଯବାନମାନେ ସେଠାରୁ ଖସି ପଳାଇ ଆସିଥିଲେ। କିନ୍ତୁ ପରେ ଜଣେ ଯବାନ ନିଖୋଜ ଥିବା ଜଣାପଡ଼ିିଲା। ବିଏସ୍‌ଏଫ୍‌ ପକ୍ଷରୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯବାନଙ୍କର ପତ୍ତା ମିଳିନଥିଲା। ଅନେକ ଖୋଜାଖୋଜି ପରେ ଯବାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହି ସମାନ ଘଟଣା ପରି ମଧ୍ୟ ଗତ ବର୍ଷ ମେ’ ମାସରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର