ପୁନେ : ଅନଲାଇନ ଗେମ ନିଶାରେ ପଡି ଯୁବକର ଆତ୍ମହତ୍ୟା

ପୁନେ : ବ୍ଲୁ ହେ୍ଵଲ ପରି ଏକ ଅନଲାଇନ ଗେମ ନିଶାରେ ପଡି ଜଣେ ଯୁବକ ଆତ୍ମହତ୍ୟା କରିଛି । ଘଟଣାଟି ଘଟିଛି ପୁନେର ଲୋନିଖଣ୍ଡ ଅଞ୍ଚଳରେ ଘଟିଛି । ମୃତ ଯୁବକର ନାଁ ଦିବାକର ମାଲି । ସେ ସ୍ଥାନୀୟ ଏକ କଲେଜରେ ବାଣିଜ୍ୟ ପଢୁଥିଲା । ଅନ ଲାଇନ ଗେମର ଟାସ୍କ ପୂରଣ କରିବାକୁ ଯାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସଂଦେହ କରୁଛି । ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସ୍ୱିସାଇଡ ନୋଟ ଛାଡିଯାଇଛି, ଯେଉଁଥିରେ ଲେଖା ଅଛି ଯେ ଯନ୍ତାରେ ଥିବା ବ୍ଲାକ ପାନ୍ଥର ଏବେ ମୁକ୍ତ ହୋଇଯାଇଛି । ତା ଉପରେ ଏବେ କୌଣସି ପ୍ରକାରର ଶିଙ୍କୁଳି ନାହିଁ । ଏହି ନୋଟରୁ ପୁଲିସ ସଂଦେହ କରୁଛି ଯେ ଅନଲାଇନ ଗେମର ନିର୍ଦ୍ଦେଶରେ ସେ ନିଜକୁ ବ୍ଲାକ ପାନ୍ଥର ବୋଲି କହୁଛି ।

ମରାଠୀ ଓ ହିନ୍ଦୀରେ ଲେଖାଥିବା ଏହି ନୋଟରେ ଆହୁରି ମଧ୍ୟ ଲେଖା ଅଛି ଯେ ପୁଣି ଥରେ ସୂର୍ଯ୍ୟୋଦୟ ହେବ । ସେଥିରେ ମଧ୍ୟ ସେ ଏକ ବ୍ଲାକ ପାନ୍ଥରର ଚିତ୍ର ଆଙ୍କିଛି ।

ସମ୍ବନ୍ଧିତ ଖବର