ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଲା କଂଗ୍ରେସ

ନୂଆଦିଲ୍ଲୀ : ଫ୍ରାନ୍ସ ସହିତ ହୋଇଥିବା ରାଫେଲ ବିମାନ ପ୍ରସଙ୍ଗରେ କଂଗ୍ରେସ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି । ଏହି ବିମାନ କିଣା ସଂପର୍କରେ ଗୃହରେ ମିଥ୍ୟା ତଥ୍ୟ ଦେଇଥିବାରୁ କଂଗ୍ରେସ ଏହି ନୋଟିସ ଦେଇଛି । ଲୋକସଭା ବାଚସ୍ପତି  ସୁମିତ୍ରା ମହାଜନଙ୍କୁ ଦେଇଥିବା ପତ୍ରରେ କଂଗ୍ରେସ ଉଲ୍ଲେଖ କରିଛି ଯେ ୨୦୦୮ରେ ଫ୍ରାନ୍ସ ସହ ସ୍ୱାକ୍ଷରିତ ଗୋପନୀୟ ଚୁକ୍ତିରେ ମୂଲ୍ୟ ପ୍ରକାଶ ଉପରେ କୌଣସି କଟକଣା ନଥିବା ସତ୍ତ୍ୱେ ସରକାର ରାଫେଲ ମୂଲ୍ୟ ପ୍ରକାଶ କରୁନାହାନ୍ତି ।

ସମ୍ବନ୍ଧିତ ଖବର