ବାର୍କର ନିର୍ଦ୍ଦେଶକ ଦାୟିତ୍ବ ନେ‌ଲେ ଓଡ଼ିଆ ବୈଜ୍ଞାନିକ ଅଜିତ କୁମାର

ନୂଆଦିଲ୍ଲୀ: ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି ଆଜି ଦେଶର ପୁରାତନ ବହୁମୁଖୀ ଆଣବିକ ଗବେଷଣା କେନ୍ଦ୍ର ରୂପେ ପରିଚିତ ଭାବା ଆ‌ଣବିକ ଗବେଷଣା କେନ୍ଦ୍ର (ବାର୍କ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପଦରେ ଶ୍ରୀ ମହାନ୍ତି ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମ୍ପର୍କିତ କ୍ୟା‌ବିନେଟ୍‌ ଶ୍ରୀମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଥିଲେ। ବାର୍କର ନିର୍ଦ୍ଦେଶକ ରୂପେ ଦାୟିତ୍ବ ନେବା‌ ପୂର୍ବରୁ ଶ୍ରୀମହାନ୍ତି ଏହି ଗବେଷଣା କେନ୍ଦ୍ରର ପଦାର୍ଥ ବିଜ୍ଞାନ ଗ୍ରୁପ୍‌ ଓ ଶାହ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁକ୍ଲିୟର ଫିଜିକ୍ସ‌ରେ ଅନେକ ଗୁରୁତ୍ବପୂର୍ଣ୍ଣ ‌ଗବେଷଣା କରି ପ୍ରସିଦ୍ଧି ହାସଲ କରିପାରିଛନ୍ତି।

ସମ୍ବନ୍ଧିତ ଖବର