ଭାରତରେ ଇ-ସିଗାରେଟ ନିଷିଦ୍ଧ ଘୋଷିତ, କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ : ଦେଶର ଯୁବପୀଢି ଦିନକୁ ଦିନ ଇଲେକ୍ଟ୍ରୋନିକ ସିଗାରେଟର ମୋହରେ ପଡୁଥିବାରୁ ସରକାର ଆଜି ଇ-ସିଗାରେଟକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କ୍ୟାବିନେଟ ବୈଠକ ପରେ ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି ଯେ ଦେଶର ଲୋକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାର ଖୁବଶୀଘ୍ର ଏକ ଅଧ୍ୟାଦେଶ ଜାରି କରି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବେ । ଏହି ଆଇନ ଅନୁସାରେ ଦେଶରେ ଇ-ସିଗାରେଟର ଉତ୍ପାଦନ, ବିତରଣ, ବିକ୍ରି ଓ ସେବନ ନିଷିଦ୍ଧ ହୋଇଯିବ ।ସଂସଦର ଆଗାମୀ ଅଧିବେଶନରେ ଏ ନେଇ ଏକ ବିଲ ସଂସଦରେ ଆଗତ ହେବ ବୋଲି ସେ କହିଛନ୍ତି । ଇ-ସିଗାରେଟ ଧୀରେ ଧୀରେ ଯୁବସମାଜର ଏକ ନୂଆ ନିଶାରେ ପରିଣତ ହେଉଛି । ଏହାକୁ ରୋକିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜ।ବଡେକର ।

ସମ୍ବନ୍ଧିତ ଖବର