ଭାରତର ନୂତନ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ ଅରୋରା

ନୂଆଦିଲ୍ଲୀ: ରବିବାର ଦିନ ଭାରତର ନୂତନ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ଅରୋରା।

କାର୍ଯ୍ୟଭାର ଗ୍ରହଣ କରିବା ପରେ ଅରୋରା ଗଣମାଧ୍ୟମକୁ କହିଛନ୍ତି ଯେ କିଛି ଦିନ ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନ ଲାଗି ଆରମ୍ଭ ହୋଇଥିବା ଇଲେକ୍ଟୋରାଲ୍‌ ରେଜିଷ୍ଟ୍ରର୍‌, ଇଭିଏମ୍‌ ଏବଂ ଭୋଟର୍‌ ପ୍ରଶିକ୍ଷଣ ଆଦି ପ୍ରସ୍ତୁତିକୁ ଆଗେଇ ନେବା ହେଉଛି ତାଙ୍କର ପ୍ରମୁଖ କାର୍ଯ୍ୟ।

ଗତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ସୁନୀଲ ଅରୋରା ଓଁ ପ୍ରକାଶ ରାଓ୍ଵତ୍‌ଙ୍କ ସ୍ଥାନରେ ଆସିଛନ୍ତି।

ପୂର୍ବରୁ ସେପ୍ଟେମ୍ବର ୨୦୧୭ରେ ସେ ନିର୍ବାଚନ କମିସନର ଭାବେ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ନସିମ୍‌ ଜାଇଦିଙ୍କ ଅବସର ପରେ ଦାୟିତ୍ୱ ନେଇଥିଲେ।

ଭାରତ ସରକାରଙ୍କର ଦୁଇଟି ମନ୍ତ୍ରାଳୟ; ସୂଚନା ଓ ପ୍ରସାରଣ ଏବଂ ଦକ୍ଷତା ବିକାଶ ଓ ଉଦୌଗିକ ମନ୍ତ୍ରଳାୟରେ ସଚିବ ଭାବେ ଦାୟିତ୍ୱ ତୁଲାଇ ଥିଲେ। ଅର୍ଥ, ବୟନ ଓ ଯୋଜନା କମିସନ୍‌ ମନ୍ତ୍ରାଳୟରେ ମଧ୍ୟ ରାଜସ୍ଥାନ କ୍ୟାଡର୍‌ର ୧୯୮୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅରୋରା କାମ କରିଛନ୍ତି।

ସମ୍ବନ୍ଧିତ ଖବର