ଭାରତର ଭର୍ତ୍ସନା: ପାକିସ୍ତାନର ‘ଯୁଦ୍ଧ’ ଆତଙ୍କ

କରାଚୀ: ପାକିସ୍ତାନ ପାଖରେ ବିଶ୍ୱାସଯୋଗ୍ୟ ଗୁଇନ୍ଦା ସୂଚନା ରହିଛି ଯେ ଭାରତ ପୁଣି ଥରେ ଆକ୍ରମଣ କରିବ। ଏହି ଆକ୍ରମଣ ଏପ୍ରିଲ ୧୬ଠୁ ୨୦ ମଧ୍ୟରେ ହେବ। ଏଭଳି ଅଭିଯୋଗ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସି। ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ କହିଛି ‌େଯ ପାକିସ୍ତାନ ‘ଯୁଦ୍ଧ’ ଆତଙ୍କ ସୃଷ୍ଟି କରୁଛି। ଆଜି ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତା ବେଳେ କୁରେସି କହିଛନ୍ତି ଯେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଭାରତ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି। ତେବେ ପାକିସ୍ତାନ ଏହି ସୂଚନା କିଭଳି ପାଇଲା ଏବଂ କେଉଁ ସୂଚନାକୁ ଆଧାର କରି ଆକ୍ରମଣର ନିର୍ଦିଷ୍ଟ ତାରିଖ ମଧ୍ୟ ଜାଣିଛି ସେ ବିଷୟରେ କୁରେସି ବିସ୍ତୃତ ବିବରଣୀ ଦେଇନାହାନ୍ତି। କିନ୍ତୁ ଭାରତର ଏହି ଆକ୍ରମଣ ଯୋଜନା ବିଷୟରେ ଦେଶବାସୀଙ୍କୁ ଜଣାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି ବୋଲି ପ୍ରକାଶ କରିଛନ୍ତି କୁରେସି। ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ଇତିମଧ୍ୟ‌େ‌ର ଭାରତ ସରକାର ପାକିସ୍ତାନର ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ପାକିସ୍ତାନ ଯୁଦ୍ଧ ଆତଙ୍କ ସୃଷ୍ଟି କରିବାକୁ ଚାହୁଛି। ପାକିସ୍ତାନ ଏଭଳି ଦାୟିତ୍ବହୀନ ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ପରାମର୍ଶ ‌େଦଇଛନ୍ତି। ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ ଏଭଳି ଅଭିଯୋଗ କରି ପାକିସ୍ତାନ ଆତଙ୍କବାଦୀଙ୍କୁ ଆକ୍ରମଣ ପାଇଁ ଉସୁକାଉଛି।

ସମ୍ବନ୍ଧିତ ଖବର