ଭେନିଜୁଏଲାର ବିରୋଧୀ ନେତା ନିଜକୁ ରାଷ୍ଟ୍ରପତି ଘୋଷଣା କଲେ

କାରକାସ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନିଜୁଏଲାରେ ରାଜନୈତିକ ଅସ୍ଥିରତା ଓ ସଂଘର୍ଷ ଦେଖାଦେଇଛି। ବିରୋଧୀ ଦଳ ନେତା ଜୁଆନ ଗୁଏଡୋ ନିଜଜୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଦେଶର ହଜାର ‌ହଜାର ଲୋକ ରାଷ୍ଟ୍ରପତି ନିକୋଲାସ ମାଡ୍ୟୁରୋଙ୍କ ସରକାରର ପତନ ଦାବି କରି ଦେଶବ୍ୟାପୀ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭ ବେଳେ ‌ପୁଲିସ ସହ ସଂଘର୍ଷ ଘଟି ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ମଧ୍ୟ ବିରୋଧୀ ‌ଦଳ ନେତାଙ୍କ ପ୍ରତି ସମର୍ଥନ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର