ମତେ ଆଉ ଥରେ ସୁଯୋଗ ଦିଅ, ମୁଁ ହିଁ ଫେସ୍‌ବୁକ୍‌ ଚଳାଇବି: ମାର୍କ ଜୁକର୍‌ବର୍ଗ

ଓ୍ଵାସିଂଟନ୍‌: ତୃତୀୟ ପକ୍ଷକୁ ତାଙ୍କ କମ୍ପାନି ବ୍ୟବହାରକାରୀମାନଙ୍କ ତଥ୍ୟ ଦେଇଥିବା ଜନିତ ଭୁଲ୍‌ ସ୍ୱୀକାର କରି ମଧ୍ୟ ବୁଧବାର ଦିନ ଫେସ୍‌ବୁକ୍‌ ମୁଖ୍ୟ ମାର୍କ ଜୁକର୍‌ବର୍ଗ କହିଛନ୍ତି ଯେ ଏହି ସାମାଜିକ ନେଟ୍‌ଓ୍ଵାର୍କର ନେତୃତ୍ୱ ନେବା ପାଇଁ ସେ ହିଁ ସର୍ବୋତ୍ତମ ବ୍ୟକ୍ତି।

ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ଜୁକର୍‌ବର୍ଗ କହିଛନ୍ତି ଯେ ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ତଥ୍ୟ ଏବଂ ଅନ୍ୟାନ୍ୟ ଦୋଷଦୁର୍ବଳତା ଅପହରଣ ହୋଇଥିବା ଘଟଣାକୁ ସେ ଗ୍ରହଣ କରୁଛନ୍ତି। କିନ୍ତୁ, ଫେସ୍‌ବୁକ୍‌ର ନେତୃତ୍ୱ ନେବାକୁ ସର୍ବୋତ୍ତମ ବ୍ୟକ୍ତି ସିଏ କି, ବୋଲି ପଚରା ଯିବାରୁ ସେ ଉତ୍ତରରେ ‘ହଁ’ କହିଥିଲେ।

କେମ୍ବ୍ରିଜ୍‌ ଆନାଲିଟିକା ସ୍କାଣ୍ଡାଲ୍‌ ପ୍ରସଙ୍ଗରେ ବୁଧବାର ଦିନ ଫେସ୍‌ବୁକ୍‌ କହିଥିଲା କି, ୮୭ ନିୟୁତ ବ୍ୟକ୍ତିଙ୍କର- ବିଶେଷ କରି ଆମେରିକୀୟମାନଙ୍କର ଡାଟା ବେଆଇନ୍‌ଭାବେ ସେୟାର୍‌ ହୋଇଛି।

୨୦୦୪ରେ ପ୍ରତିଷ୍ଠିତ ଫେସ୍‌ବୁକ୍‌ର ଜୁକର୍‌ବର୍ଗ ସହ ସଂସ୍ଥାପକ ତ୍ରୁଟି ସ୍ୱୀକାର କରିବା ସହ କମ୍ପାନିର ନେତୃତ୍ୱ ପାଇଁ ଆଉ ଏକ ସୁଯୋଗ ଚାହିଁଛନ୍ତି।

ତଥ୍ୟ ଚୋରିର ନିନ୍ଦା ନିଜ ଉପରକୁ ନେଇ ସେ କହିଥିଲେ- ଏଇଟା ବଡ଼ ଭୁଲ୍‌। ଏଇଟା ମୋ ଭୁଲ୍‌। ହଁ, ଲୋକେ ଭୁଲ୍‌ କରନ୍ତି, ସେଥିରୁ ଶିଖନ୍ତି।

ସମ୍ବନ୍ଧିତ ଖବର