ମହାକାଶ ବାହିନୀ ଗଢ଼ିବ ଆମେରିକା

ଓ୍ଵାସିଂଟନ: ମହାକାଶ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା। ଅନ୍ତରୀକ୍ଷରେ ଯୁଦ୍ଧ ପ୍ରସ୍ତୁତି ପାଇଁ ପେଣ୍ଟାଗନରେ ଏକ ସ୍ୱତନ୍ତ୍ର ମହାକାଶ ବାହିନୀ ଗଢ଼ିବାକୁ ଆଜି ଆମେରିକା ରାଷ୍ଟ୍ରପତିି ଡୋନାଲଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ମହାକାଶ ପରିଷଦର ତୃତୀୟ ବୈଠକରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହ ଜଡିତ। ଏହି ନୂତନ ସେନାବାହିନୀ ଆମେରିକା ସେନାର ଷଷ୍ଠ ଶାଖା ହେବ ଯାହା ମହାକାଶରେ ଆମେରିକାର ଦବ୍‌ଦବାକୁ ଜାହିର କରିବ। ଭବିଷ୍ୟତରେ ମହାକାଶରେ ଳଢ଼ାଯିବାକୁ ଥିବା କୌଣସି ଯୁଦ୍ଧ ପାଇଁ ତାଙ୍କ ଦେଶ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ଲାଗି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର